ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ, ୬ ଗିରଫ 

ଗୁଣପୁର,:  ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିବା ୬ ମହିଳାଙ୍କୁ ଗୁଣପୁର ପୁଲିସ ଗିରଫ କରିଛି । ଗତକାଲି ଗୁଣପୁର ବ୍ଲକ ଚିନ୍ତାଲୁଗୁଡ଼ା ଗ୍ରାମରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ବେଳେ ଅଶ୍ଳୀଳ ନୃତ୍ୟ ପରିବେଷଣ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଗୁଣପୁର ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଏକ ପୁଲିସ ଟିମ୍ ଚିନ୍ତାଲୁଗୁଡ଼ା ଗ୍ରାମରେ ଚଢ଼ାଉ କରିବା ସହ ଅଶ୍ଲୀଳ ନୃତ୍ୟ ପରିବେଷଣ କରିଥିବା ୬ ଜଣ ମହିଳାଙ୍କୁ ଆଣି ଅଟକ ରଖିଥିଲା । ତଦନ୍ତ ପରେ ପୁଲିସ ଅଟକ ଥିବା ମହିଳାଙ୍କୁ ତାଙ୍କ ସଂପର୍କୀୟଙ୍କ ଡାକି ଛାଡି ଦେଇଥିବା ବେଳେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଥିବା ୬ ଆୟୋଜକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଚିନ୍ତାଲୁଗୁଡା ଗ୍ରାମରେ କୃଷିଭିତ୍ତିକ ବୁନା ପର୍ବ  ଗତ ମଙ୍ଗଳବାର  ଠାରୁ ଆରମ୍ଭ ହୋଇଛି । ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଏ । ଗତକାଲି ଗ୍ରାମରେ ବେଆଇନ ଭାବେ ଜୁଆ ଖେଳ ସାଂଗକୁ  ଅଶ୍ଲୀଳ ନୃତ୍ୟ ପରିବେଷଣ କରାଯାଉଥିଲା । ଅଭିଯୋଗ ପାଇବା ପରେ ଗୁଣପୁର ପୁଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚିବା ବେଳେ ୬ ଜଣ ଅର୍ଦ୍ଧ୍ବନଗ୍ନ ଅବସ୍ଥାରେ ନୃତ୍ୟ କରୁଥିବା ଦେଖି ଉଠାଇ ଆଣିଥିଲେ । ଏହି ୬ ଜଣ ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଅଂଚଳର ବୋଲି ଜଣାପଡିଛି । ଆଜି ପୁଲିସ ସଂପୃକ୍ତ ଯୁବତୀଙ୍କ ପରିବାରକୁ ଖବର ପଠାଇବା ସହ ପରିବାର ଲୋକଙ୍କ ନିକଟରେ ଛାଡିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଏଭଳି ବେଆଇନ ଅଶ୍ଲୀଳ ନୃତ୍ୟ କାର୍ଯ୍ୟକ୍ରମ କରାଇଥିବା ଚିନ୍ତାଲୁଗୁଡା ଗାଁ କମିଟିର ପ୍ରଭାସ ଶବର, ରେଞ୍ଜୁ ଶବର, ନାଗେଷୁ ଶବର,ତାରିଣୀ ଶବର, ଧନୁଞ୍ଜୟ ବେହେରାକୁ  ପୁଲିସ ଗିରଫ କରିଥିବା ଏସଡିପିଓ ରାଜ କିଶୋର ଦାସ ସୂଚନା ଦେଇଛି ।

ସମ୍ବନ୍ଧିତ ଖବର