ଆସନ୍ତାକାଲିଠୁ ୨ ଦିନ ଲାଗି ନବରଙ୍ଗପୁର ଜିଲ୍ଲା ସଟଡାଉନ୍; କେବଳ ଖୋଲା ରହିବ କ୍ଷୀର, ପରିବା ଓ ତେଜରାତି ଦୋକାନ

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ୨ ଦିନ ପାଇଁ ସଟଡାଉନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୨ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲି ସକାଳ ୫ଟାରୁ ୨୨ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । କେବେଳ କ୍ଷୀର, ପରିବା ଓ ତେଜରାତି ଦୋକାନ ଖୋଲା ରହିବ । ସଟଡାଉନ ସମୟରେ କେବଳ ସକାଳ ୬ରୁ ଦିନ ଗୋଟାଏ ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ।

ସେପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୭ଦିନ ପାଇଁ କୋଟଗଡକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖାକୁ ମଧ୍ୟ ସିଲ୍ କରାଯାଇଛି  ଏବଂ ବ୍ୟାଙ୍କ ଚାରିପାଖ, ବ୍ୟାଙ୍କ କର୍ମଚାରୀଙ୍କ ଘରମଧ୍ୟ ସାନିଟାଇଜ କରାଯାଇଛି । ବ୍ୟାଙ୍କ ଶାଖାକୁ ୧୦ଦିନ ବନ୍ଦ ରଖିବା ପାଇଁ ନିଷ୍ପତି ହୋଇଛି । ଏହାସହ ବ୍ୟାଙ୍କ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର