ପାପଡ଼ାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏସ୍ଜି) ମହିଳାଙ୍କ ଚାଉଳ ବଣ୍ଟନ ପ୍ରତିବାଦରେ ବୁଧବାର ପଂଚାୟତବାସି ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ। ପଂଚାୟତ ଚାଉଳ ବଣ୍ଟନ ଦାଇତ୍ୱ ଦିଆଯିବା ଲାଗି ଜିଦରେ ଅଡ଼ି ବସିଥିଲେ | ଫଳରେ ନବରଙ୍ଗପୁର ଠାରୁ କଳାହାଣ୍ଡି ଜିଲ୍ଲାକୁ ଯାତାୟତ ବନ୍ଦ ରହିଛି।
ସୂଚନା ମୁତାବକ ତୁମ୍ବର୍ଲା ପଂଚାୟତରେ ଏସଏଚଜି ମହିଳା ମାନେ ଚାଉଳ ବଣ୍ଟନ କରୁଛନ୍ତି। ଏହାକୁ ପଂଚାୟତ ବାସି ବିରୋଧ କରିବା ସହ କିଛି ଦିନ ତଳେ ବ୍ଲକ କାର୍ଯ୍ୟାଳୟରେ ପହଁଚି ଜିଲାପାଳଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିବା ସହ ଶୀଘ୍ର ସମସ୍ୟାର ସମଧାନ ଲାଗି ଜଣାଇଥିଲେ। ଦାବିପତ୍ରର କୌଣସି ପଦକ୍ଷେପ ନ ନେବାରୁ ସକାଳ ୧୧.୨୫ରୁ ଶତାଧିକ ପଂଚାୟତବାସୀ ଜାତୀୟ ରାଜପଥ ୨୬ ଅବରୋଧ କରି ବସିଛନ୍ତି। ଗ୍ରାମରୁ ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ସହ ଏସଏସଜିଙ୍କୁ ଚାଉଳ ବଣ୍ଟନରୁ ବାଦ ଲାଗି ସ୍ଲୋଗାନ ଦେଇଥିଲେ।
ତୁମ୍ବର୍ଲା ଛକରେ ପହଁଚିବା ପରେ ରାସ୍ତା ରୋକ କରି ପ୍ରତିବାଦ କରିଥିଲେ। ଖବର ଲେଖା ଶେଷ ସୁଦ୍ଧା ରାସ୍ତା ରୋକ ଜାରିରହିଛି। ଖବର ପାଇଁ ଏକ ପ୍ଲାଟୁନ ପୁଲିସ ଘଟଣାସ୍ଥଳରେ ପହଁଚିଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି | ସରପଞ୍ଚ ମୁରଲୀ ନାୟକ, ସମିତିସଭ୍ୟା ବୈଜନ୍ତି ଯାନୀ, ଅକ୍ଷୟ ସାହୁ, ସଂଜୀବ ନାଗ, ରାଜେନ୍ଦ୍ର କଚିମ, ସତ୍ୟନାରାୟଣ ସାହୁ,ଦିବ୍ୟାଦାନ କଚିମ, ତୁଲାରାମ ନାୟକ, ପରମେଶ୍ୱର ବିଷୋୟୀ, ଯୋଗେନ୍ଦ୍ର ବାଘ, ବୀର କିଶୋର ହରିଜନ, ମହାଦେବ ଭତରା, ଜୀବନ କଚିମ, ୱାର୍ଡ ସଭ୍ୟା ସହ ଶତାଧିକ ପଂଚାୟତବାସି ରାସ୍ତା ରୋକରେ ସାମିଲ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/c9f04c96-50e0-4903-902f-ae35b5d35edd.jpg)