ନବରଙ୍ଗପୁର(ସୁରେଶ ନାଇଡୁ): ଜିଲ୍ଲାର ୧୦ଟି ବ୍ଲକର ୨୬୩ ଗାଁରେ ବିଦ୍ୟୁତ୍ ସଂଯୋଗ ପହଞ୍ଚି ପାରି ନାହିଁ। ଫଳରେ ୨୭୩୨ହଜାର ପରିବାର ଅନ୍ଧାରରେ ରହିବା ସହ ଡିବିରି ଆଲୁଅରେ ରହୁଛନ୍ତି। ଏହା ବାଦ୍ ପୁଣି ଜିଲ୍ଲା ବିଦ୍ୟୁତ କମିଟି ସମୀକ୍ଷା ବୈଠକରେ ଆହୁରି ୩୪୦ ଦୁର୍ଗମ ଅଂଚଳ ଗାଁରେ ବିଦ୍ୟୁତ ପହଚିଂ ପାରି ନଥିବାକୁ ନେଇ ଆଲୋଚନା ହୋଇଛି। ଗାଁକୁ ସୋଲାର ପ୍ରକଳ୍ପ ଜରିଆରେ ବିଦ୍ୟୁତ୍ ଆଲୁଅ ଯୋଗାଇ ଦିଆଯାଉଛି ବୋଲି ସରକାରୀ ରେକର୍ଡ କହୁଛି। ତେବେ ସୋଲାର ବିଦ୍ୟୁତିକରଣ କାମ କରିବା ବଦଳରେ ଠିକା ସଂସ୍ଥା ଗାଏବ ହୋଇଯାଇଛି। ଭିତ୍ତିଭୂମିର ସୁଧାର ପାଇଁ ୪ଟି ୩୩/୧୧କେଭି ସବଷ୍ଟେସନ, ଗୋଟିଏ ୧୩୨/୩୩ କେଭି ଗ୍ରୀଡ ସବଷ୍ଟେସନର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଳିଛି।
ସ୍ୱାଧୀନତାର ୭୫ ବର୍ଷ ପରେ ନବରଙ୍ଗପୁର ଜିଲ୍ଲାର ପ୍ରାୟ ୨୬୩ଗାଁର ୨୭୩୩ ପରିବାର ଅନ୍ଧାରରେ ରହୁଛନ୍ତି। ଗ୍ରାମ୍ୟବିଦ୍ୟୁତିକରଣରେ ୧୭୨ଟି ଗାଁର ୧୬୨୭ ହିତାଧିକାରୀ ଓ ସୌର ବିଦ୍ୟୁତିକରଣରେ ୯୫ଟି ଗାଁର ୧୧୦୫ହିତାଧିକାରୀ ଏବେ ବିଦ୍ୟୁତ ସଂଯୋଗରୁ ବଂଚିତ।
ଜିଲ୍ଲାର ନବରଙ୍ଗପୁର ବ୍ଲକର ୪ଟି ଗାଁରେ ୩୧ପରିବାର, ତେନ୍ତୁଳିଖୁଣ୍ଟି ବ୍ଲକର ୩୬ଗାଁର ୨୦୦ ପରିବାର, ନନ୍ଦାହାଣ୍ଡି ବ୍ଲକର ୪ ଗାଁର ୭୦ ପରିବାର, ପାପଡ଼ାହାଣ୍ଡି ବ୍ଲକର ୪୨ ଗାଁର ୪୦୦ ପରିବାର, ଡାବୁଗାଁ ବ୍ଲକର ୧୮ ଗାଁର ୧୪୪ ପରିବାର, କୋଷାଗୁମୁଡ଼ା ବ୍ଲକର ୩୧ ଗାଁର ୩୫୦ ପରିବାର, ଉମରକୋଟ ବ୍ଲକର ୨୪ ଗାଁର ୩୩୦ ପରିବାର, ରାଇଘର ବ୍ଲକର ୧୮ ଗାଁର ୨୦୯ ପରିବାର, ଝରିଗାଁ ବ୍ଲକର ୫୦ ଗାଁର ୬୩୬ ପରିବାର ଓ ଚନ୍ଦାହାଣ୍ଡି ବ୍ଲକର ୪୦ଟି ଗାଁର ୩୬୨ ପରିବାର ନିକଟରେ ବିଦ୍ୟୁତ ସଂଯୋଗ ପହଚିଂ ପାରିନି।
ବିଦ୍ୟୁତ ଅନୁସଙ୍ଗିକ ଭିତ୍ତଭୂମି ସୁଧାର ପାଇଁ ୩୩/୧୧କେଭି ସବଷ୍ଟେସନ ଓଡ଼ିଶା ବଣ୍ଟନ ପ୍ରଣାଳୀ ମଜଭୁତ ପ୍ରକଳ୍ପ-୪ରେ ଧୋଡ୍ରା, ଯୋଡେଙ୍ଗା, ବଡ଼ ଆମ୍ବଡା, ଘୋଡାଖୁଣ୍ଟା, ଗୋନା, ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମରେ ଡୁମୁରୀମୁଣ୍ଡା, ଚଚା ଠାରେ ନିର୍ମାଣ ଚାଲିଥିଲା। ୭ଟିରୁ ଧୋଡ୍ରା, ଯୋଡେଙ୍ଗା, ଚଚା ସବଷ୍ଟେସନର ଚାର୍ଜ ହୋଇସାରିଛି ବୋଲି କହିଛନ୍ତି ଟାଟାପାୱାର ନବରଙ୍ଗପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ.ଅଶୋକ କୁମାର ରାଉତ।
ରାଇଘର ଠାରେ ୧୩୨/୩୩କେଭି ଗ୍ରୀଡ ସବଷ୍ଟେସନର ଓ ୩୩କେଭି ଫିଡର ଝରିଗାଁ ଠାରୁ ଚନ୍ଦାହାଣ୍ଡି ଯାଏଁ ନିର୍ମାଣାଧୀନ ରହିଛି ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ। ୯୫ଟି ଗାଁରେ ସୌର ବିଦ୍ୟୁତିକରଣ ପାଇଁ କାମ ନେଇଥିବା ଠିକାସଂସ୍ଥା କାମ ଛାଡ଼ି ପଳାଇଛି। ଉକ୍ତ ସଂସ୍ଥାକୁ ବ୍ଲାକ ଲିଷ୍ଟ କରିବାକୁ ରାଜ୍ୟସରକାରଙ୍କୁ ଜଣାଯାଇଛି ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ। ପୁଣି ଥରେ ଟେଣ୍ଡର କରି ନୂଆ ଠିକା ସଂସ୍ଥାକୁ ଦେବା ପ୍ରକ୍ରିୟା ଜାରି ରହିଛି। ଏହା ବାଦ୍ ପୁଣି ଜିଲ୍ଲା ବିଦ୍ୟୁତ କମିଟି ବୈଠକରେ ଜିଲ୍ଲାର ଆହୁରି ୩୪୦ଗାଁକୁ ଚିହ୍ନଟ କରାଯାଇ ୩୦କୋଟିର ବ୍ୟୟବରାଦ କରି ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଛି।
ଏଥିରୁ ୨୦୦ଗାଁକୁ ଗ୍ରୀଡ ସୌର ବିଦ୍ୟୁତିକରଣ ଓ ବଳକା ୧୪୦ଟି ଗାଁକୁ ବିଦ୍ୟୁତିକରଣ କରିବାକୁ ସାଂସଦ ଇଂ ବଳଭଦ୍ର ମାଝି, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଅନ୍ୟ ବିଧାୟକମାନେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କୁ ଜଣାଇଥିଲେ। ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ନିକଟକୁ ଏହି ପ୍ରସ୍ତାବ ଯାଇଛି। ରାଜ୍ୟ ସରକାର ପ୍ରସ୍ତାବକୁ ଅନୁମୋଦନ କରି ଅନୁଦାନ ମଂଜୁର କଲେ ତାହାର ଟେଣ୍ଡର କରି ନିର୍ମାଣ ଆରମ୍ଭ ହେବ ବୋଲି କହିଛନ୍ତି ଟାଟାପାୱାରର ନିର୍ବାହୀ ଯନ୍ତ୍ରୀ।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/14/untitled-26-1-2025-10-14-16-44-38.jpg)