ନବରଙ୍ଗପୁର (ସୁରେଶ ନାଇଡୁ):ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ହୋଇଥିବା ସର୍ଭେରୁ ଜିଲ୍ଲାରେ ଦେଶୀ ଗୋରୁ ସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଥିବା ଜଣା ପଡିଛି। ଖାସ୍ କରି ଗୋରୁ ବ୍ୟବସାୟ ପାଇଁ ଏହା କମିଛି। ଗୋରୁ ବ୍ୟବସାୟ ନାଁରେ ଗାଇ, ବଳଦ ଆଦି ଆନ୍ଧ୍ରକୁ ଅଲଗା ଉଦ୍ଦେଶ୍ୟରେ ହେଉଛି ଚାଳାଣ। ଗତ ବର୍ଷକ ମଧ୍ୟରେ ଜିଲ୍ଲାରେ ଗୋଟିଏ ବି ଥାନାରେ ଗୋରୁ ଚାଳାଣକୁ ନେଇ ମାମାଲା ରୁଜୁ ହୋଇନଥିବା ବିଭିନ୍ନ ଥାନାର ତଥ୍ୟରୁ ଜଣାପଡିଛି। ରାଜ୍ୟସରକାର ଗୋରୁଚାଳାଣକୁ ରୋକିବାକୁ କଡ଼ା ଅଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ଯାଏଁ ତାହା ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକାରୀ ହୋଇନି।
ପ୍ରତ୍ୟେକ ଛଅବର୍ଷକୁ ଥରେ ହେଉଥିବା ପ୍ରାଣୀ ଗଣନା ଅନୁଯାୟୀ ଜିଲ୍ଲାରେ ୨୦୧୨ମସିହାରେ ଦେଶୀ ଗୋରୁଗାଈ ସଂଖ୍ୟା ୩ ଲକ୍ଷ ୮୭ ହଜାର ୯୨୨ ରହିଥିଲା। ୨୦୧୮ମସିହାରେ ୧୬ ପ୍ରତିଶତ ହ୍ରାସ ପାଇ ୩ ଲକ୍ଷ ୨୪ ହଜାର ୭୨୮ରେ ପହଞ୍ଚିଥିଲା। ୨୦୨୫-୨୬ରେ ହୋଇଥିବା ପ୍ରାଣୀଗଣନାରେ ୩ଲକ୍ଷ ୨୧ହଜାର ୩୪୨ରେ ପହଚିଂଛି। ଅର୍ଥାତ୍ ୧୩ ବର୍ଷରେ ୬୬ ହଜାର ୫୮୦ ଦେଶୀ ଗୋରୁ କମିଛନ୍ତି। ଯାହା ଚିନ୍ତାର ବିଷୟ ପାଲଟିଛି। ଏହା ସରକାରୀ ଗଣନା ଏବଂ ତଥ୍ୟ କହୁଥିବା ବେଳେ ଏହାର ଦେଢ଼ଗୁଣା ଦେଶୀ ଗୋରୁ ସଂଖ୍ୟା ହ୍ରାସ ପାଇଛି। ଦେଶୀ ଗୋରୁ ସଂଖ୍ୟା କମିବାର ପ୍ରମୁଖ କାରଣ ହେଉଛି ସେମାନଙ୍କ ଯତ୍ନ ନେବା ଲାଗି ଶ୍ରମିକ ଓ ଘାସର ଘୋର ଅଭାବ ବୋଲି କହିଛନ୍ତି ସିନ୍ଧିଗାଁ ସରପଂଚ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବେଦବ୍ୟାସ ଭତ୍ରା, ନରହରି ମାଝୀ।
ଆହୁରି ପଢ଼ନ୍ତୁ: Cricket: ସିକେ ନାୟୁଡୁ ଟ୍ରଫି: ଓଡ଼ିଶାର ବିଜୟ ସମ୍ଭାବନା
ଚାଷୀମାନେ ବଳଦ ବଦଳରେ କୃଷି ଯନ୍ତ୍ରପାତି, ଟ୍ରାକ୍ଟର, ପାୱାରଟିଲର ଉପରେ ଅଧିକ ନିର୍ଭର କରୁଛନ୍ତି। ଏସବୁ କାରଣରୁ ପଡ଼ୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶକୁ ପ୍ରତିଦିନ ଶହଶହ ଗୋରୁ ଚାଲାଣ ହେଉଛନ୍ତି। କଳାହାଣ୍ଡି, କନ୍ଧମାଳ, ନୂଆପଡା, ସୁବର୍ଣ୍ଣପୂର ଓଗଂଜାମ ଜିଲ୍ଲାରୁ ବି ଗୋରୁ ନିଆଯାଉଛି ବୋଲି କହିଛନ୍ତି ହାଇଦ୍ରାବାଦରୁ ଆସିଥିବା ମହମ୍ମଦ ୟୁନୁସ, ଏମ୍ ରାମାରାଓ। ହାଇଦ୍ରାବାଦରୁ ଆହୁରି ୨୫ରୁ ଅଧିକା ବ୍ୟବସାୟୀ କିଛି ବଡ ବଡ ବ୍ୟବସାୟୀଙ୍କ ମାର୍ଫତରେ ଗୋରୁ ବ୍ୟବସାୟ ନାଁରେ ଚାଳାଣ କରୁଛନ୍ତି। ସ୍ଥାନୀୟ ଗୋରୁ ବ୍ୟବସାୟୀ, ଦଲାଲ ଓ ଅନ୍ୟ କିଛି ବ୍ୟବସାୟୀଙ୍କ ସହ ସହଯୋଗ ଓ ସମନ୍ବୟ ରଖି ଏହି ବ୍ୟବସାୟ ଚାଳୁଛି ବୋଲି କହିଛନ୍ତି। ପ୍ରତ୍ୟେକ ସପ୍ତାହରେ ଏହି ଦଳ ବିଭିନ୍ନ ଗୋରୁ ସାପ୍ତାହିକ ହାଟକୁ କିଣି ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ପାର୍ କରିଥାନ୍ତି।
ଏମାନଙ୍କୁ ଅଳ୍ପ କିଛି ମଜୁରୀ ଦିଆଯାଏ ବୋଲି କହିଛନ୍ତି। ଏମାନଙ୍କ ସହାୟତା ବିନା ଆମେ ଗୋରୁ ଏଠାରୁ ନେଇ ପାରିବୁ ନାହିଁ ବୋଲି କହିଛନ୍ତି। ତେଣୁ ଏମାନେ ଆନ୍ଧ୍ର ବର୍ଡରକୁ ନେବା ମାତ୍ରକେ ପୂର୍ବରୁ ଗାଡି ପ୍ରସ୍ତୁତ କରି ରଖାଯାଇଥାଏ ସେଠାରୁ ହାଇଦ୍ରାବାଦ୍ ନିଆଯାଉଛି ବୋଲି କହିଛନ୍ତି ୟୁନୁସ୍। ଦେଶୀ ଗାଈଗୋରୁ ସଂଖ୍ୟା କମୁଥିବା ସ୍ବୀକାର କରିଛନ୍ତି ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ତା. ରାଧେଶ୍ୟାମ ଲାଏକା। ସରକାର ଦେଶୀ ଗୋ-ସମ୍ପଦର ସୁରକ୍ଷା ପାଇଁ ନୂଆ ଯୋଜନା ଏବଂ ରୂପରେଖ ପ୍ରସ୍ତୁତି କରିଛନ୍ତି ତାହା ସ୍ବାଗତ ଯୋଗ୍ୟ ବୋଲି କହିଛନ୍ତି ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ। ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ। ଗୋଚାଳାଣ ରୋକିବାକୁ ପୁଲିସ ଓ ପ୍ରଶାସନ ମିଳିତ ଧରପଗଡ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/25/ngp-gai-hraso-1-2026-01-25-21-29-06.jpg)