ନବରଙ୍ଗପୁର: ଅନ୍ୟ ରାଜ୍ୟ ଉପରେ ନିର୍ଭର ନ ହୋଇ ନିଜ ରାଜ୍ୟ ଓ ନିଜ ଜିଲ୍ଲାରେ ଲାଭକାରୀ କୁକୁଡା ଚାଷ କରିବାକୁ ମହିଳା ଏସଏଚଜି ଓ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏଥି ପାଇଁ ଲକ୍ଷ୍ୟ ଦେବା ସହ ଅନୁଦାନ ବି ଦେଉଛନ୍ତି। ପ୍ରକୃତରେ ଲକ୍ଷ୍ୟ ପୂରଣ ହୋଇପାରିନି। ପ୍ରତ୍ସାହନ, ସଚେତନତା, ପ୍ରଚାର ଓପ୍ରସାର ଅଭାବରୁ ଜିଲ୍ଲାରେ କୁକୁଡା ଚାଷ ଯେଭଳି ସଫଳ ହେବା କଥା ହୋଇପାରିନି। ଅଣ୍ଡା ସହ ବ୍ରଏଲର କୁକୁଡା ପାଇଁ ସମ୍ପୁର୍ଣ୍ଣ ରୁପେ ଆନ୍ଧ୍ର ଉପରେ ନିର୍ଭର।

Advertisment

ସାଢ଼େ ଦୁଇ ମେଟ୍ରୀକ ଟନ୍ କୁକୁଡା ମାଂସ ଓ ୧ଲକ୍ଷ ଅଣ୍ଡା ପ୍ରତ୍ୟେକ ଦିନ ଜିଲ୍ଲାରେ ଖାଉଛନ୍ତି। କୁକୁଡା ଚାଷ ପାଇଁ ପ୍ରତ୍ସାହନ ଅଭାବରୁ ବହୁ କଷ୍ଟମଷ୍ଟରେ ଜିଲ୍ଲାରେ ମାତ୍ର ଏକ ଟନ ବ୍ରଏଲରକୁକୁଡା ମାଂସ ଓ ୨୦ହଜାର ଅଣ୍ଡା ହିଁ ମିଳୁଛି।

ଜିଲ୍ଲାରେ ଯଦିଓ ବ୍ରୟଲର(କୁକୁଡା) ଫାର୍ମ କିଛି ମାତ୍ରାରେ ରହିଥିଲେ ହେଁ ଏସବୁ ଫାର୍ମରେ  କିଛି ଉତ୍ପାଦିତ ହେଉଛି। ତେବେ ସିଂହଭାଗ ଆନ୍ଧ୍ରପ୍ରଦେଶରୁ  ଆଣି ବିକ୍ରୀ କରୁଛନ୍ତି। କିଛି ନୂଆ ବଏଲର କୁକୁଡା ଫାର୍ମ ଓ ଗ୍ରାମାଂଚଳରେ ଲୋକେ ପାଳୁଥିବା ଦେଶୀ କୁକୁଡା ମାଂସ କେବଳ ଗୋଟିଏ ମେଟ୍ରୀକ ଟନ୍ ଯୋଗାଉଛନ୍ତି। ବଳକା ଦେଢ଼ ମେଟ୍ରୀକ ଟନ୍ ବ୍ରୟଲର କୁକୁଡା ପ୍ରତ୍ୟେକ ଦିନ ଆନ୍ଧ୍ରରୁ ଆସୁଛି। ଜିଲ୍ଲାରେ ୬,୪୬,୨୪୧ଟି କୁକୁଡା ଥିବା ବିଭାଗ ରିପୋର୍ଟରେ ଉ‌ଲ୍ଲେଖ ରହିଛି।  

ବାଡ଼ି ଅଗଣାରେ ୪୫ଟି କୁକୁଡା ପାଳନ ଯୋଜନାରେ ୧୧୧୩ଟି ଓ୫୦ଟି କୁକୁଡା ପାଳନ ୭୫ଟି ଲକ୍ଷ୍ୟ ରହିଥିବା ବେଳେ ଏଯାଏଁ ଗୋଟିଏ ବି କାର୍ଯ୍ୟକାରୀ ହୋଇପାରିନି। ଏସଏଚଜି ଗୃପ ଦ୍ବାରା ୨୦୦୦ହଜାର ବ୍ରଏଲର କୁକୁଡା ପାଳନ ଯୋଜନାରେ ୪୩ଟିରୁ ୩୯ଟି କାର୍ଯ୍ୟକାରୀ ହୋଇଛି। ୧୨ଟି ଚିଆ ପାଳନ କେନ୍ଦ୍ରରୁ ୨ଟି  ଓ ୭ଟି କ୍ଷୁଦ୍ର କୁକୁଡା ଖାଦ୍ୟଉତ୍ପାଦନ କଳରୁ ୩ଟି ସ୍ଥାପନ ହୋଇଛି। ଜୀବନ ଜୀବିକା ଯୋଜନାରେ ବ୍ରଏଲର କୁକୁଡା ପାଳନ (୫୦୦,୧୦୦୦,୧୫୦୦,୨୦୦୦,୨୫୦୦ଓ ୩୦୦୦) ପାଇଁ ୨୨୦ଟି ଲକ୍ଷ୍ୟ ଥିବା ବେଳେ ୧୧ଟି କାର୍ଯ୍ୟକାରୀ ହୋଇଛି। ଅଣ୍ଡାଦିଆ କୁକୁଡା ପାଳନ (୧୦୦୦, ,୨୦୦୦, ୩୦୦୦ଓ ୪୦୦୦) ୧୩ଟିରୁ ଗୋଟିଏ  ରହିଛି। ୬୫.୧ଲକ୍ଷ ଅଣ୍ଡାର ଲକ୍ଷ୍ୟ ଥିବା ବେଳେ ୩୩.୭ଲକ୍ଷ ଅଣ୍ଡା ଉତ୍ପାଦନ ହୋଇଛି। ୨୦୨୪-୨୫ଆର୍ଥିକ ବର୍ଷରେ ବ୍ରଏଲର କୁକୁଡା ପାଳନ ୧୩୬ଟି ପ୍ରକଳ୍ପରୁ ୧୧୭ଟି ଓ ୧୦୦୦ ଅଣ୍ଡାଦିଆ କୁକୁଡା ପାଳନ ୮ଟିରୁ ୬ଟି ହିଁ କାର୍ଯ୍ୟକାରୀ ହୋଇଛି। ସେହିପରି ୧୯୨.୬ଲକ୍ଷ ଅଣ୍ଡା ବାହାରିଥିବା ରିପୋର୍ଟରେ ରହିଛି।  

ତେବେ ମହିଳା ଏସଏଚଜି ଗୃପ, ଯୁବ ଉଦ୍ୟୋଗୀଙ୍କୁ ପ୍ରାଣୀସମ୍ପଦ ବିଭାଗରୁ କିମ୍ବା ପ୍ରାଣୀସମ୍ପଦ ଓ ମତ୍ସ୍ୟ ବିଭାଗର ସମ୍ମିଳିତରେ ମାଛ ଓ କୁକୁଡା ଚାଷ କରିବାକୁ ପ୍ରତ୍ସାହିତ  କରୁ ନଥିବାରୁ ଜିଲ୍ଲାରେ ଏହି ଲାଭକାରୀ ଚାଷ ଯେଭଳି ସଫଳ ହେବା କଥା ହୋଇପାରିନି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା।

Nabarangpur