୨୦୨୦‌ ମେ’ରେ ‘ନାସା’ ଯିବେ ନବରଙ୍ଗପୁର ଝିଅ ସ୍ବସ୍ତିକା ଓ ତାଙ୍କ ପରିବାର

ଭୁବନେଶ୍ବର: ଓଡ଼ିଶା ପାଇଁ ଗର୍ବ ପାଲଟିଛନ୍ତି ନବରଙ୍ଗପୁରର ଝିଅ ସ୍ବସ୍ତିକା ସେନାପତି। ସେ ଆମେରିକୀୟ ମହାକାଶ ସଂସ୍ଥା ନେସ୍‌ନାଲ୍‌ ଏରୋନେଟିକ୍ସ ଆଣ୍ଡ୍‌ ସ୍ପେସ୍ ଆଡ୍‌ମିନ୍‌ଷ୍ଟ୍ରେସନ୍‌(ନାସା) ଦ୍ବାରା ମନୋନୀତ ହୋଇ ଆମେରିକା ଗସ୍ତ କରିବେ।

ନାସା ଆମେସ ସ୍ପେସ୍‌ ସେଟେଲ୍‌ମେଣ୍ଟ୍‌ କ‌ଣ୍ଟେଷ୍ଟ୍‌ରେ ସ୍ବସ୍ତିକା ବିଜୟୀ ହେବା ପରେ ନାସା ତାଙ୍କୁ ଆମେରିକା ଗସ୍ତ କରିବାକୁ ଚୟନ କରିଛି।

ସ୍ବସ୍ତିକାଙ୍କ ଘର ନବରଙ୍ଗପୁରର ଖଟିଗୁଡ଼ା ଅଞ୍ଚଳର। ସେ ବ୍ୟବସାୟୀ ପ୍ରଦୀପ ସେନାପତି ଓ ସଞ୍ଜୁକ୍ତା ସେନାପତିଙ୍କ ଝିଅ।

ତେବେ, ୨୦୨୦ ମସିହା ମେ ୨୦ରୁ ୨୮ ତାରିଖ ମଧ୍ୟରେ ସ୍ବସ୍ତିକା ଓ ତାଙ୍କ ପରିବାର ଲୋକ ନାସା ଗସ୍ତ କରିପାରନ୍ତି ବୋଲି ସୂଚନା ରହିଛି।

ସେ ବର୍ତ୍ତମାନ ବିଶାଖାପାଟଣାର ରବୀନ୍ଦ୍ର ଭାରତୀ ସ୍କୁଲ୍‌ରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି।

ସମ୍ବନ୍ଧିତ ଖବର