ଭାଲୁ ଆକ୍ରମଣରେ ଵୃଦ୍ଧ ଗୁରୁତର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମର ମାନସାଏ ଜାନୀ (୫୫)ଭାଲୁ ଆକ୍ରମଣରେ ଗୁରୁତର ହୋଇ ଉମରକୋଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ଆଜି ଭୋର ସକାଳୁ ଗବାଗୁଡା ଗ୍ରାମର ମାନସାଏ ଜାନୀ ଏବଂ କନ୍ଦା ଜାନୀ ଉଭୟ କାଠ ସଂଗ୍ରହ ପାଇଁ ଗାଁରୁ ପ୍ରାୟ ତିନି କିଲୋମିଟର ଦୂର ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ କାଠ ସଂଗ୍ରହ ବେଳେ ହଠାତ୍ ଏକ ଭାଲୁ ମାନସାଏଙ୍କୁ ଆକ୍ରମଣ କରିଥିଲା। ଫଳରେ ମାନସାଏଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା। ତାଙ୍କ ସହ ଯାଇଥିବା କନ୍ଦା ଜାନୀ ମାନସାଏଙ୍କୁ ଭାଲୁ କବଳରୁ ଉଦ୍ଧାର କରି ବହୁ କଷ୍ଟରେ ଗବାଗୁଡା ଗ୍ରାମକୁ ଆଣିଥିଲେ। ପରେ ପରିବାର ତରଫରୁ ଆମ୍ବୁଲାନ୍ସକୁ ଖବର ଦେଇ ଗୁରୁତର ଅବସ୍ଥାରେ ମାନସାଏଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ମାନସାଏଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର