ଚନ୍ଦାହାଣ୍ଡି: ଅପରାହ୍ନରେ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ ନାଗେଶ, ପରଦିନ ସକାଳୁ ମିଳିଲା ମୃତଦେହ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ମାଲଗାଁ ନିକଟସ୍ଥ ଜାମପାଣି ଜଙ୍ଗଲରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଚନ୍ଦାହାଣ୍ଡି ପୁଲିସ୍‌ ଏହି ମୃତଦେହ ଉଦ୍ଧାର କରିଥିବା ସୂଚନା ରହିଛି।

ରିପୋର୍ଟରୁ ପ୍ରକାଶ ଯେ ମାଲଗାଁ ଗ୍ରାମର ଜହରଲାଲ୍ ନାଗେଶ୍ (୪୫) ଗତକାଲି ଅପରାହ୍ନ ୪ଟା ସମୟରେ ନିଜ ଝିଅ ଓ ନାତିଙ୍କର ଝାଡା ହେଉଥିବାରୁ ନିକଟସ୍ଥ ଜଙ୍ଗଲକୁ ଚୁର୍ଣ୍ଣ ଔଷଧ ପାଇଁ ଯାଇଥିଲେ। ସେଠାକୁ ଯାଇ ସେ ସେଠାରୁ ଆଉ ଫେରିନଥିଲେ । ରାତିରେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା।

ସେହି ଗ୍ରାମର ଅରକ୍ଷିତ ଶବର ସକାଳେ କୌଣସି କାମ ନିମନ୍ତେ ଜଙ୍ଗଲକୁ ଯାଇଥିବା ସମୟରେ ଜହରଲାଲ୍ ନାଗେଶକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ ଓ ଏ ସମ୍ପର୍କରେ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଜହର ନାଗେସଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍‌କୁ ଖବର ଦେବା ସହ ମୃତ ଜହରଙ୍କ ପୁତ୍ର ଅରକ୍ଷିତ ନାଗେଶ ପୁଲିସ୍‌ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପରେ ପୁଲିସ୍‌ ସେଠାରେ ପହଁଚି ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲ୍ ରୁଜୁ କରି ଶରୀର ବ୍ୟବଚ୍ଛେଦ କରିବା ନିମନ୍ତେ ହସ୍ପିଟାଲ୍‌କୁ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର