ଭାଲୁ କାମୁଡାରେ ଜଣେ ଗୁରୁତର

ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ପଞ୍ଚାୟତ ଅନ୍ତର୍ଗତ ଭାଲୁଡଙ୍ଗରୀ ଗ୍ରାମର ରବି କୋଟା (୪୪) ଭାଲୁ କାମୁଡାରେ ଆହତ ହୋଇଛନ୍ତି। ଆଜି ସକାଳେ ସେ ନିକଟସ୍ଥ ଜଙ୍ଗଲରେ ମହୁଲ ଗୋଟାଉଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଚାଲି ଆସିଥିବା ଗୋଟିଏ ଭାଲୁ ଆତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଯାହାଫଳରେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଲାଗିଥିବା ଦେଖିବାକୁ ମିଳିଛି। ପ୍ରାଣ ବିକଳରେ ରବି ଚିତ୍କାର କରିବାରୁ ନିକଟରେ ଥିବା ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନସରେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଆର୍ଥିକ ଅବସ୍ଥା ଭଲ ନଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର