ନବରଙ୍ଗପୁର: ଜମିବାଡି ବିବାଦକୁ ନେଇ ଭାଇକୁ ହତ୍ୟା କଲା ଭାଇ, ୪ଦିନ ପରେ ଜଙ୍ଗଲରୁ ମିଳିଲା ମୃତଦେହ

ନବରଙ୍ଗପୁର: ଭାଇକୁ ହତ୍ୟା କରିଛି ଭାଇ। ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ଢେପଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜମି ବାଡି ବିବାଦ ବଢ଼ିବା ପରେ ଝଗଡା ଏବଂ ତା’ପରେ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଚନ୍ଦନ ଜାନି। ଅଭିଯୁକ୍ତ ଭାଇ ଭୁବନ ଜାନି ନିଜ ଶଳା ସହ ମିଶି ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଢେପଗୁଡା ଗାଁରେ ଜମି ଭାଗ ବଣ୍ଟାକୁ ନେଇ ଭାଇ ସହ ଝଗଡା ହେବା ପରେ ଭୂବନ ଜାନି ନାମକ ବ୍ୟକ୍ତି ନିଜ ସଳା ଜଗନ୍ନାଥ ସହିତ ମିଶି ଭାଇ ଚନ୍ଦନ ଜାନିକୁ ହତ୍ୟା କରିଥିଲେ। ହତ୍ୟା କରିବା ପରେ ନିକଟରେ ଥିବା ବଡଟେମରା ଜଙ୍ଗଲରେ ମୃତଦେହକୁ ପୋତି ଦେଇଥିଲେ। ଘଟଣା ଘଟିବାର ୪ ଦିନ ପରେ ଜଙ୍ଗଲରୁ ମୃତଦେହକୁ ଉଦ୍ଧାର କରିବା ସହିତ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୂର୍ବରୁ ତାଙ୍କ ପତ୍ନୀ ମିଲତୀ ଜାନି ସ୍ୱାମୀ ଚନ୍ଦନ ନିଖୋଜ ଥିବା ପୁଲିସରେ ଏତଲା ଦେଇଥିଲେ। ତଦନ୍ତ ପରେ ହତ୍ୟା କରାଯାଇଥିବା ଜଣାପଡିଛି। ପୂର୍ବରୁ ମଧ୍ୟ ଦୁଇ ଭାଇଙ୍କ ମଧ୍ୟ ରେ ଜମି ବାଡିକୁ ନେଇ ଅନେକ ଥର ଝଗଡା ହୋଇଥିଲା।

ସମ୍ବନ୍ଧିତ ଖବର