ପାପଡ଼ାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଦେଇ ଯାଇଥିବା ଜାତୀୟ ରାଜପଥ-୨୬ର ବାବାଜୀଗୁଡା ନିକଟରେ ଆଜି ପାହାନ୍ତିଆରେ ଏକ ସ୍କର୍ପିଓ ଗଛକୁ ଧକ୍କା ଦେବା ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।
ସୂଚନା ମୁତାବକ ହାଇଦ୍ରାବାଦରେ କାମ କରିବା ପାଇଁ ଏମାନେ ଯାଇଥିଲେ। ଏକ ସ୍କର୍ପିଓରେ ଝାରଖଣ୍ଡ ଫେରିବା ସମୟରେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏକ ଆକାଶିଆ ଗଛକୁ ଧକ୍କା ହୋଇଥିଲା। ଗାଡ଼ିରେ ଥିବା ଆଶିଷ କୁମାର ଭାରତୀଙ୍କ ଏଥିରେ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ମଇଦଲପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୮ ଆହତ
/sambad/media/post_attachments/wp-content/uploads/2021/10/1a526937-0f53-4d25-af2e-38edb2b8217a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)