ନନ୍ଦାହାଣ୍ଡି: ଦୁଇ ଦିନ ହେଲା ମଣ୍ଡିରେ ପଡି ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ। ମଣ୍ଡିକୁ ମିଲର୍ସ ଆସୁନଥିବାରୁ ଧାନ ଉଠିପାରୁନି। ହାଡଭଙ୍ଗା ଶୀତରେ ଚାଷୀ ଉଜାଗର ରହି ଧାନକୁ ଜଗି ରହିଛନ୍ତି। ମଣ୍ଡିରୁ ଧାନ ଉଠି ପାରୁନଥିବାରୁ ଏଭଳି ହଇରାଣ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡା ଓ ନନ୍ଦହାଣ୍ଡି ମଣ୍ଡି ଅଧୀନରେ ଥିବା ଚାଷୀ।
ସୂଚନା ଅନୁଯାୟୀ, ନନ୍ଦାହାଣ୍ଡି ବ୍ଲକର ଧଣ୍ଡରା, ନନ୍ଦାହାଣ୍ଡି ଓ ସରୁଗୁଡା ମଣ୍ଡିରୁ ଧାନ କିଣିବା ପାଇଁ ସୋମବାର ଦିନ ଧାର୍ଯ୍ୟ ହୋଇଛି। ତେଣୁ ଚାଷୀ ମାନେ ମଣ୍ଡିକୁ ଧାନ ଧରି ଆସିଥିଲେ। ତେବେ ମିର୍ଲସ ଆସୁନଥିବାରୁ ଧାନ ଉଠି ପାରୁନି। ଅନ୍ୟପଟେ ହାଡ ଭଙ୍ଗା ଶୀତରେ ୨ଦିନ ହେଲା ଚାଷୀ ଜଗି ରହିଛନ୍ତି ନିଜ ଧାନକୁ। ମଣ୍ଡିରୁ ଧାନ ଉଠି ପାରୁନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଧଣ୍ଡରା ମଣ୍ଡିରେ ପଡି ରହିଥିବା ଧାନ ଆଜି ଉଠିଥିବା ବେଳେ ସରୁଗୁଡାରେ ୪୫ଶହ କୁଇଣ୍ଟାଲ ଓ ନନ୍ଦାହାଣ୍ଡି ମଣ୍ଡିରେ ୧୫ଶହ କୁଇଣ୍ଟାଲ ଧାନ ପଡି ରହିଛି। ଅଦିନିଆ ବର୍ଷା ଓ ରୋଗପୋକ ଦାଉରୁ ରକ୍ଷା ପାଇ ଚାଷୀ ବହୁ କଷ୍ଟରେ ଧାନ ଅମଳ କରିଛୁ। ଶେଷରେ ମଣ୍ଡିକୁ ଧାନ ଆଣିବା ସମୟରେ ଏଭଳି ସମସ୍ୟା ଦେଖାଦେବା ଅତ୍ୟନ୍ତ ପରିତାପର ପରିତାପର ବିଷୟ ବୋଲି ଚାଷୀ କହିଛନ୍ତି। ମଣ୍ଡିରୁ ଧାନ ଉଠାଇବା ନେଇ ଆଜି ଚାଷୀ ନେତା, ନନ୍ଦାହାଣ୍ଡି ଓ ସରୁଗୁଡା ଅଞ୍ଚଳର ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। କିଛି ନୀତିନିୟମ ଅନୁଯାୟୀ ମିଲର୍ସଙ୍କୁ ଧାନ କିଣିବାକୁ ଅନୁମତି ଦିଆଯାଇନଥିବା ବେଳେ କିଛି ମିଲର୍ସଙ୍କ ଟାର୍ଗେଟ ମଧ୍ୟ ନାହିଁ। ଏନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ହିଁ କେବେ ମଣ୍ଡିରୁ ଧାନ ଉଠିବ କହିହେବ ବୋଲି ଅଧିକାରୀ କହିଥିଲେ। ଯଦି ମଣ୍ଡିରୁ ଧାନ କିଣିବା ନଥିଲା ତେବେ କାହିଁକି ଆଗୁଆ ଟୋକେନ ଦିଆଗଲା ବୋଲି ଚାଷୀ ଲ୍ୟାମ୍ପସ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଚାଷୀଙ୍କୁ ଟୋକେନ ଦେବା ରାତିରେ ମଣ୍ଡିରୁ ଧାନ ନଉଠାଇବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା। ଫଳରେ ମଣ୍ଡିରୁ ଧାନ ଉଠି ପାରୁନଥିବା ଲ୍ୟାମ୍ପସ ଅଧିକାରୀ ଚାଷୀଙ୍କୁ କହିଥିଲେ। ଶୀଘ୍ର ଉଭୟ ମଣ୍ଡିରୁ ଧାନ ଉଠିବା ନିମନ୍ତେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହୋଇଛି। ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା ସମୟରେ ଚାଷୀ ଯୁଧିଷ୍ଠିର ମାଝୀ, କବିର ବିଷୋୟୀ, ନେତ୍ରାନନ୍ଦ ମାଝୀ, ନବୀନ ଚନ୍ଦ୍ର ଭତରା, କେତନ ମାଝୀ, ଦିବାକର ଭତରା, ଗଣେଶ୍ୱର ତ୍ରିପାଠୀ ପ୍ରମୁଖଙ୍କ ସହ ବହୁ ଚାଷୀ ଉପସ୍ଥିତ ଥିଲେ।
ମଣ୍ଡିରୁ ଉଠୁନି ଧାନ, ୨ଦିନ ହେଲା ଶୀତ କାକରରେ ଜଗି ରହିଛନ୍ତି ଚାଷୀ
/sambad/media/post_attachments/wp-content/uploads/2018/01/nabarangpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)