ଝରିଗାଁ (ରମେଶ ପଟ୍ଟନାୟକ):ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକରେ ବୁଧବାର ଠାରୁ ପ୍ରଶାସନ ପକ୍ଷରୁ ମଣ୍ଡି ଖଳିବା ପାଇଁ ନିଷ୍ପତ୍ତି ନିଆଯାଇଛି।ପର୍ଯ୍ୟାୟ କ୍ରମେ ଚଚା ମଣ୍ଡି ସହ ଚାଟିଗୁଡ଼ା, ବେଲଗାଁ, ଧୋଡ୍ରା, ଝରିଗାଁ, ଏକମ୍ବା ମଣ୍ଡି ଠାରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉଛି। ଚଳିତ ବର୍ଷ ଝରିଗାଁ ଲେମ୍ପସ ସହ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ମଣ୍ଡିରୁ ଧାନ କ୍ରୟ କରିବା ପାଇଁ ଅନୁମତି ମିଳିଛି। ଝରିଗାଁ ବ୍ଳକର ଲେମ୍ପସ ଓ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଧୀନରେ ପ୍ରାୟ ୩ ହଜାର ଚାଷୀ ପଞ୍ଜୀକରଣ କରିଥିବା ଜଣାପଡିଛି।

Advertisment

ତେବେ ଧାନ ମଣ୍ଡି ଆରମ୍ଭ ହେବାକୁ ଥିବା ବେଳେ କିଛି ଚାଷୀଙ୍କ ନିକଟରେ ଟୋକନ୍‌ ଆସିଛି। ହେଲେ କୌଣସି ମିଲର ମଣ୍ଡିରୁ ଧାନ ଉଠାଇବା ପାଇଁ  ଏଗ୍ରିମେଣ୍ଟ କରିନଥିବା ଯୋଗୁଁ ଟାର୍ଗେଟ ମଧ୍ୟ ଆସିନଥିବା ଜଣାପଡିଛି। ତେଣୁ ଆଜି ଝରିଗାଁ ବ୍ଲକରେ ଧାନ ମଣ୍ଡି ଆରମ୍ଭ ହେଲେ ମଧ୍ୟ ଚାଷୀ ଧାନ ବିକିବା ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ସେହିପରି ରବି ଫସଲ ଆରମ୍ଭ ହୋଇ ଥିବା ବେଳେ କ୍ଷୁଦ୍ର ଚାଷୀଙ୍କ ନିକଟରେ ସାର ଓ ବିହନ କିଣିବା ପାଇଁ ଅର୍ଥ ଅଭାବ ଯୋଗୁଁ ଖଲା ବଜାରରେ କମ୍ ଦରରେ ବେପାରୀମାନଙ୍କୁ ବିକ୍ରି କରିଦେଉଛନ୍ତି। ବେପାରୀମାନେ କମ୍ ଦରରେ ଧାନ କିଣି ଛତିଶଗଡ଼ରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ସେହିପରି ବ୍ଲକର ବଡ଼ବଡ଼ ଚାଷୀଙ୍କ ନିକଟରେ ହିଁ ଧାନ ଗଛିତ ଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: Farmers: ଧାନ ମଣ୍ଡି ଖୋଲିବାରେ ବିଳମ୍ବ, ଦଲାଲ୍‌ଙ୍କ ଟାର୍ଗେଟରେ ଚାଷୀ

ଆନୁଷଙ୍ଗିକ ବ୍ୟବସ୍ଥା ଅଭାବ

ସେହିପରି RMC ପକ୍ଷରୁ ଝରିଗାଁ ସହ ଅନ୍ୟାନ୍ୟ ଧାନ ମଣ୍ଡିରେ ଚାଷୀମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଏଯାବତ ହୋଇନାହିଁ। ଧାନ ମଣ୍ଡି ଉଦଘାଟନ ଖର୍ଚ୍ଚ ମଧ୍ୟ ଝରିଗାଁ ଲେମ୍ପସ ପକ୍ଷରୁ ହେଉଥିବା ଅଭିଯୋଗ ହୋଇଛି। ଆବଶ୍ୟକ ଅନୁଯାୟୀ ଧାନ ମଣ୍ଡି ଗୁଡିକରେ ଧାନ ରଖିବା ପାଇଁ ସେଡ଼ ନିର୍ମାଣ ହୋଇନାହିଁ। ଆବଶ୍ୟକ ଅନୁଯାୟୀ ଚାଷୀ ମାନଙ୍କୁ ପଲିଥିନ ଯୋଗାଇ ଦିଆଯାଉନାହିଁ। ହଠାତ ବର୍ଷା ହେଲେ ଧାନ ବର୍ଷାରେ ଭିଜିବା ନଜିର ରହିଛି। ଝରିଗାଁ ଧାନ ମଣ୍ଡିରେ ସିସି କେମେରା ଥିବା ବେଳେ ଅନ୍ୟ କୌଣସି ଧାନ ମଣ୍ଡିରେ ସ୍ଥାୟୀ ସିସି କେମେରା ବ୍ୟବସ୍ଥା ହୋଇନାହିଁ। ଧାନ ମଣ୍ଡିରେ ପୁରୁଣା ଯନ୍ତ୍ରପାତି ବ୍ୟବହାର ହେଉଥିବା ଯୋଗୁଁ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ବିଗତ ବର୍ଷଗୁଡ଼ିକରେ ଧାନ ମଣ୍ଡି ଗୁଡ଼ିକରେ ବହୁ ଅବ୍ୟବସ୍ଥା ଦେଖା ଦେଇଛି। ବିଶେଷ କରି ଚାଷୀମାନଙ୍କ ପାଇଁ ଆବଶ୍ୟକ ଅନୁଯାୟୀ ଚେୟାର ରହୁନାହିଁ। ମଣ୍ଡି ଗୁଡ଼ିକରେ ଆବଶ୍ୟକ ଅନୁଯାୟୀ ଆଲୋକ ବ୍ୟବସ୍ଥା ହୋଉନାହିଁ। ତେଣୁ ଚଳିତ ବର୍ଷ ଝରିଗାଁ ବ୍ଲକ ଚାଷୀଙ୍କ ସୁବିଧା ପାଇଁ RMC ପକ୍ଷରୁ ସମସ୍ତ ସୁବିଧା ଧାନ ମଣ୍ଡି ଗୁଡ଼ିକରେ ଯୋଗାଇ ଦେବା ପାଇଁ ଝରିଗାଁର ବରିଷ୍ଟ ଚାଷୀ ମୋହନ ପ୍ରଧାନୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: Landrover Village: ଏହି ଗାଁରେ ସମସ୍ତଙ୍କ ଘରେ ଅଛି ଏକାଧିକ ଲ୍ୟାଣ୍ଡରୋଭର, ଭଡାରେ ଲଗାନ୍ତି ଦାମୀ କାର