ନବରଙ୍ଗପୁର: ଆଜି ଓଡ଼ିଶାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଟି ନିର୍ବାଚନୀ ସଭା ହେବ। ସେ ବ୍ରହ୍ମପୁର ପରେ ପାଖାପାଖି ୧୨ଟା ୧୦ ମିନିଟରେ ନବରଙ୍ଗପୁର ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ମୋଦୀଙ୍କ ଗସ୍ତକୁ ନେଇ ଭାଜପା ନେତା ଓ କର୍ମୀ ବେଶ୍ ଉତ୍ସାହିତ ଥିବା ବେଳେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମଧ୍ୟାହ୍ନ ୧୨ଟା ୧୦ ମିନିଟରେ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମର ପଡ଼ିଆରେ ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସଭାକୁ ସମ୍ବୋଧିତ କରିବେ। ଏହି ଗସ୍ତ ସମୟରେ ନବରଙ୍ଗପୁର, କୋରାପୁଟ ସାଂସଦୀୟ କ୍ଷେତ୍ର ବ୍ୟତୀତ କଳାହାଣ୍ଡି ଜିଲ୍ଲାର ୩ ଜଣ ବିଧାୟକ ଉପସ୍ଥିତ ରହିବେ। ସମୁଦାୟ ୩ ସାଂସଦ ଓ ୧୭ ବିଧାୟକ ମଞ୍ଚରେ ଉପସ୍ଥିତ ରହିବାକୁ କାର୍ଯ୍ୟକ୍ରମ ଥିବା ବେଳେ ସେମାନଙ୍କ ପାଇଁ ମୋଦୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।
ନବରଙ୍ଗପୁର ଜିଲ୍ଲାକୁ ନିର୍ବାଚନୀ ପ୍ରଚାରରେ ଆସିବେ। ଏହାକୁ ନେଇ ନବରଙ୍ଗପୁର ଜିଲ୍ଲାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପୁଲିସ ଏଡିଜି ଆର ପି କୋଚେ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ଜିଲ୍ଲା ଏସପି ରୋହିତ ଵର୍ମାଙ୍କ ସହ ଜିଲ୍ଲପାଳ କମଳଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭା ଯେପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ସମସ୍ତ ପୁଲିସ ଅଧିକାରୀଙ୍କୁ ତିନି ବରିଷ୍ଠ ଅଧିକାରୀ ଚିକିଲି ପଡ଼ିଆ ଠାରେ ଗସ୍ତ ନେଇସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହ ମୋଦୀଙ୍କ ହେଲିକେପଟର କିପରି ଓ କେଉଁଠି ପହଞ୍ଚିବ ତାର ଏକ ଡେମୋ କରାଯାଇଥିଲା। ସେହିଭଳି ମଞ୍ଚ ପ୍ରସ୍ତୁତି ସହ ବିଭିନ୍ନ ଆନୁସାଙ୍ଗିକ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ପୁଲିସ ପକ୍ଷରୁ ସୁରକ୍ଷା ପାଇଁ ୪ଟି ଏସପି ରାଙ୍କ ର ଅଧିକାରୀ, ୪ ଜଣ ଏଏସପି, ୧୦ ଜଣ ଡିଏସପି, 26 ଇନସ୍ପେକ୍ଟର, ୧୬୦ ଜଣ ସବ ଇନସ୍ପେକ୍ଟର, ୩୦୦ କନେଷ୍ଟବଲ ଓ ୨୬ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସାଧାରଣ ଲୋକଙ୍କ ପ୍ରବେଶ ପାଇଁ ୨୪ଟି ପ୍ରବେଶ ଦ୍ୱାର କରାଯାଇଥିବା ଡିଆଇଜି ଚରଣ ସିଂ ମିନା କହିଛନ୍ତି। ଏସପିଜି ଟିମ ମଧ୍ୟ ପହଞ୍ଚି ତଦାରଖ କରୁଛନ୍ତି। ଡଗ୍ ଟିମ ମଧ୍ୟ ରହିଥିବା ସେ କହିଛନ୍ତି। ସଭାସ୍ଥଳ ନିକଟରେ ଜଙ୍ଗଲ ରହିଥିବାରୁ ସିଆରପିଏଫ୍ ଓ ଓ ଏସଓଜି ମଧ୍ୟ ମୁତୟନ ରହିଛନ୍ତି।