ମୈଦଲପୁର: ପ୍ରେମିକାକୁ ଗର୍ଭବତୀ କରି ଛୁଆ ଜନ୍ମ ପରେ ପ୍ରେମିକର ପ୍ରତାରଣା ଘଟଣାରେ ଆଜି ନବରଙ୍ଗପୁରଜିଲ୍ଲା ମୈଦଲପୁର ଥାନା ପୋଲିସ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଥାଉକି ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ମେରେଇ ଗ୍ରାମର ଜଣେ ଯୁବତୀଙ୍କ ସହ ତେନ୍ତୁଳିଖୁଣ୍ଟି ଥାନା ଅମଲାଭଟା ଗ୍ରାମର ବୁଦୁରାମ ମୁଦୁଲିଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା ।
/filters:format(webp)/sambad/media/media_files/2025/10/13/whatsima-2025-10-13-22-30-24.jpeg)
ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲା ପରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲା । ୫ ଦିନ ତଳେ ଯୁବତୀଙ୍କ ଏକ ଝିଅ ଜନ୍ମ ହୋଇଥିଲା । ବିବାହ କରିବାକୁ ଯୁବତୀ ଜଣକ ବୁଦୁରାମଙ୍କୁ କହିବାରୁ ମନା କରିଦେଇଥିଲେ । ନ୍ୟାୟ ପାଇବା ଆଶାରେ ଯୁବତୀ ମୈଦଲପୁର ଥାନାରେ ଗତ କାଲି ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ମୈଦଲପୁର ପୋଲିସ ଅଭିଯୁକ୍ତ ବୁଦୁରାମ ମୁଦୁଲିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/13/new-project-7-2025-10-13-22-29-41.jpg)