ନବରଙ୍ଗପୁର (ସୁରେଶ ନାଇଡୁ): ଅନ୍ତେବାସୀ ସମେତ ଅନ୍ୟ କିଛି ଅନ୍ତେବାସୀ ୨୦ତାରିଖ ଦିନ ସନ୍ଧ୍ୟା ସାଢ଼େ ୭ଟା ବେଳେ ରୋଷେଇ ଗୃହରେ ଶରୀର ଉଷୁମ କରିବା ନିମନ୍ତେ ଆସିଥିଲେ। ଏହି ସମୟରେ ହଠାତ ଚୁଲା ଉପରେ ବସିଥିବା ପ୍ରେସରକୁକରରୁ ଗରମ ବାଷ୍ପର ସଂସ୍ପର୍ଶରେ ଆସି ଧନେଶ୍ବର ଆହତ ହୋଇଥିଲେ ବୋଲି ତଦନ୍ତରେ ଆସିଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ବବିତା ପାତ୍ର କହିଛନ୍ତି।
ସେ ଆଜି ଉକ୍ତ ବିଦ୍ୟାଳୟକୁ ଯାଇ ଯାଂଚ କରିବା ବେଳେ ଉକ୍ତ ଅନ୍ତେବାସୀଙ୍କୁ ସହ କଥାବାର୍ତ୍ତା କରିଥିବା ତଥ୍ୟକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରୁଛୁ ବୋଲି କହିଥିଲେ ଅଧ୍ୟକ୍ଷ। ମୁହଁରେ ଆହାତ ହେବା ପରେ ଉକ୍ତ ଛାତ୍ରକୁ ତୁରନ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ଛାତ୍ରାବାସ ସହ ଅଧିକ୍ଷକ ଓ ସେବାୟତ ନିକଟସ୍ଥ କୋଟପାଡ଼ସ୍ଥିତ ବେସରକାରୀ ଚିକିତ୍ସାଳୟ ନେଇ ତାର ଚିକିତ୍ସା କରାଇଥିଲେ। ଅନ୍ତେବାସୀଙ୍କ ଅଭିଭାବକଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିଥିଲେ। ଏହା ସହିତ ଉକ୍ତ ଛାତ୍ରକୁ ଛାତ୍ରାବାସରେ ନିର୍ଦ୍ଧାରିତ ଔଷଧମାନ ବ୍ୟବହାର ନିମିତ୍ତ ଧ୍ୟାନ ଦେଉଥିଲେ। ଉକ୍ତ ଅନ୍ତେବାସୀଙ୍କ ମା’ ଓ ଭିଣେଇ ସବୁଦିନ ଆସି ଛାତ୍ରାବାସରେ ଛାତ୍ରର ସ୍ବାସ୍ଥ୍ୟବସ୍ଥା ବୁଝି ଯାଉଥିଲେ।
ପ୍ରଧାନଶିକ୍ଷକ କିମ୍ବା ଛାତ୍ରାବାସ କର୍ତ୍ତୃପକ୍ଷ କୌଣସି ଉପରିସ୍ଥ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇନଥିଲେ। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଘଟଣାରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଛାତ୍ରାବାସ ଅଧୀକ୍ଷକ କାଙ୍ଗାଳୀ ଚରଣ ସେଠୀ ଓ ସହକାରୀ ଶିକ୍ଷକ ତଥା ଛାତ୍ରାବାସ ସହ ଅଧିକ୍ଷକ କପିଳ ସରାବୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ଏବଂ ଛାତ୍ରାବାସର ସେବାୟତ ଡମ୍ବରୁ ଭତରାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ବୋଲି କହିଥିଲେ ଅଧ୍ୟକ୍ଷ। ସେଦିନ ଯେଉଁ ସାଧାରଣ ବ୍ୟକ୍ତି ଜଣକ ଛାତ୍ରାବାସ ମଧ୍ୟକୁ ଯାଇ ଅନଧିକାରଭାବେ ଆଣିବାକୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି ଅଧ୍ୟକ୍ଷ।
ଆହୁରି ପଢ଼ନ୍ତୁ: AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦
କାର୍ଯ୍ୟାନୁଷ୍ଠାନ ନିଆଯିବ
ଘଟଣାକୁ ନେଇ ଜିଲ୍ଲାପାଳ ଡ.ମହେଶ୍ବର ୱାଇଁ, ଏସପି ମଡକର ସନ୍ଦୀପ ସମ୍ପତ୍ତ, ଡିଇଓ ଛତ୍ରପତି ସାହୁ, ପିଏଆଇଟିଡିଏ ରାଜୀବ ଲୋଚନ ସାହୁ, ଡିଡବ୍ଲୁଓ ପାଲକା ରବୀନ୍ଦ୍ର, ଡିସିପିଓ ସୁରେଶ ପଟ୍ଟନାୟକ, ଡିଏସଡବ୍ଲୁଓ ଦ୍ରୌପଦୀ କହଁର ଆଦିଙ୍କୁ ନେଇ ସମୀକ୍ଷା କରିଥିବା କହିଛନ୍ତି ଅଧ୍ୟକ୍ଷ। ଉକ୍ତ ସାଧାରଣ ବ୍ୟକ୍ତି ଅନଧିକାର ପ୍ରବେଶ କରି ବିନା ଅନୁମତିରେ ଉକ୍ତ ଅନ୍ତେବାସୀଙ୍କୁ ଆଣି ଜିଲ୍ଲାପାଳଙ୍କ ନିକଟକୁ ଆଣିବାକୁ କିଏ ଅନୁମତି ଦେଇଥିଲା ବୋଲି ଅଧ୍ୟକ୍ଷ ପ୍ରଶ୍ନ କରିଛନ୍ତି। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅଧ୍ୟକ୍ଷ। ଉକ୍ତ ଛାତ୍ରକୁ ଜିଲ୍ଲା ପ୍ରଶାସନ ସୁଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଛାତ୍ରଟି ପୂର୍ବରୁ ଡାକ୍ତରଙ୍କ ଔଷଧ ସେବନ କରି ଛାତ୍ରାବାସରେ ସୁସ୍ଥ ହୋଇସାରିଥିଲେ। ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୋଟିଏ ଦିନ ଚିକିତ୍ସାକରି ଛାତ୍ରଟିକୁ ଡିସଚାର୍ଜ କରିଥିବା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ଅଧ୍ୟକ୍ଷ। ସାମ୍ବାଦିକ ସମ୍ମିଳନୀରେ ଆୟୋଗ ସଭ୍ୟା ସୁଜାତା ନାୟକ, ଜିଲ୍ଲାପାଳଓ ଏସପି ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: FIR Against Pradeep Majhi: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ କରିଦେବି କହିବା ମାମଲାରେ ପୂର୍ବତନ ସାଂସଦଙ୍କ ନାମରେ ଏତଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/04/nabarangpur-2025-12-04-22-44-46.jpg)