ଚନ୍ଦାହାଣ୍ଡି: ନବରଙ୍ଗପୁରଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଫୁଣ୍ଡେଲପଡା ଗ୍ରାମର ମକର ନାୟକ ହତ୍ୟା କାଣ୍ଡରେ ପୁଲିସର ନୀରବତାକୁ ନେଇ ଆଜି ଶତାଧିକ ଜନସାଧାରଣ ଚନ୍ଦାହାଣ୍ଡି ଥାନା ଘେରାଉ କରିବା ସହ ଚନ୍ଦାହାଣ୍ଡି ଥାନା ଆଗରେ ଟେଣ୍ଟ୍ ପକାଇ ଧାରଣାରେ ବସିଥିଲେ। ଏଥିସହ ମକର ନାୟକ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ଦାବି ମଧ୍ୟ କରିଛନ୍ତି।
ମକର ନାୟକ ହତ୍ୟା ନିଜ ଶଶୁର ଘର ଗ୍ରାମ ତେଳାତାଣ୍ଡିରେ ହୋଇଥିବା ସତ୍ତ୍ବେ ପୁଲିସ ମୃତକ ମକର ନାୟକଙ୍କ ଶଶୁରଘର ଲୋକଙ୍କୁ କାହିଁକି ଥାନାକୁ ଆଣି ପଚରାଉଚରା କରୁନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ମକର ହତ୍ୟାକୁ ୨୮ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ନିଷ୍କ୍ରିୟ କାହିଁକି ବୋଲି ସେମାନେ ପ୍ରଶ୍ନ କରିବା ସହ ଜୋରଦାର ନାରାବାଜି କରିଥିଲେ l
ଥାନା ଅଧିକାରୀ ଯୁଗଳ କିଶୋର ସା ଆନ୍ଦୋଳନକାରୀମାନଙ୍କୁ ୭ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ମୃତକ ମକର ନାୟକଙ୍କ ଶଶୁରଘର ଲୋକଙ୍କୁ ଥାନାକୁ ଆଣି ପଚରା ଉଚରା କରାଯିବ ବୋଲି ଏକ ଲିଖିତ ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ। ଯଦି ୭ ଦିନ ମଧ୍ୟରେ ପୁଲିସ ହତ୍ୟାକାରୀମାନଙ୍କୁ ଗିରଫ ନ କରେ ତାହା ହେଲେ ସଶସ୍ତ୍ର ସହ ଥାନା ଘେରାଉ କରାଯିବ ବୋଲି ସମାଜସେବୀ ଖେମରାଜ ବାଘ ପୁଲିସ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ଝୁମୁକ ଲାଲ ସାହୁ, ଦିବାକର ନାୟକ, ସେସମଲ ନାୟକ, ଲାବଣ୍ୟ ନାୟକ, ସେସମଲ ହରପାଲ, କ୍ଷୀର ଚନ୍ଦ୍ର ନାୟକ, ଅନନ୍ତ ସୋରି, ତସିଲ ମାଳିଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/22/untitled-2025-09-22-19-24-55.jpg)