ସାର ପାଇଁ ତାତିଲେ ଚାଷୀ: ଉମରକୋଟ-ଝରିଗାଁ ମୁଖ୍ୟ ରାସ୍ତା ଅବରୋଧ କଲେ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ବର୍ତ୍ତମାନ ସାର ପାଇଁ ଅସୁବିଧା ସମ୍ମୁଖୀନ ହେଉଥିବାରୁ ଚାଷୀମାନେ ଝରିଗାଁ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ଝରିଗାଁ ବିଡ଼ିଓ, ତହସିଲଦାର, କୃଷି ଅଧିକାରୀ ଓ ଲାମ୍ପସ ଶାଖା ପରିଚାଳକଙ୍କୁ ଝରିଗାଁ ବ୍ଳକରେ ସାର ଅଭାବ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ  ଆଜି ଝରିଗାଁ ବ୍ଲକ ଚାଷୀମାନଙ୍କୁ ସାର ଯୋଗାଇ ଦେବା ପାଇଁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ।

ଆଜି ଝରିଗାଁ ବ୍ଳକର ଚାଷୀମାନେ ସାର ନେବାପାଇଁ ଝରିଗାଁ ଲାମ୍ପସକୁ ଯାଇଥିବା ବେଳେ ମାତ୍ର ୫୫୦ ପକେଟ ୟୁରିଆ ସାର ଗଚ୍ଛିତ ଥିଲା। ସାର ନେବାପାଇଁ ହଜାର ହଜାର ଚାଷୀ ପହଞ୍ଚିଥିଲେ।ସାର ଅଭାବ ଥିବା ଜାଣିବା ପରେ ଚାଷୀମାନେ ସମସ୍ତଙ୍କୁ ସାର ଯୋଗାଇ ଦେବାପାଇଁ ହୋହାଲ୍ଲା କରିଥିଲେ। ଚାଷୀମାନଙ୍କ ହୋହାଲ୍ଲା ଦେଖି ସାର ବଣ୍ଟନ ମଧ୍ୟ ହୋଇ ପାରିନଥିଲା। ଶେଷରେ ଚାଷୀମାନେ ପ୍ରଶାସନ ପ୍ରତିଶ୍ରୁତି ରକ୍ଷା କରିନପାରିବା ସହ ୟୁରିଆ ସାର ଯୋଗାଇ ଦେବା ଦାବି କରି  ପ୍ରବଳ ବର୍ଷା ସତ୍ତ୍ବେ ଏକ ବିରାଟ ଶୋଭାଯାତ୍ରା କରି ଦିନ ୧୧ଟା ସମୟରେ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ଉମରକୋଟ-ଝରିଗାଁ ରାସ୍ତାକୁ ଅବରୋଧ କରିଥିଲେ ଏବଂ ଝରିଗାଁ ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା କରି ପ୍ରଶାସନ ଝରିଗାଁ ବ୍ଲକ ଚାଷୀଙ୍କୁ ସାର ଯୋଗାଇ ଦେବାରେ ବିଫଳ ହୋଇଥିବା ଚାଷୀମାନେ ଅଭିଯୋଗ କରିଥିଲେ।

 

ସମ୍ବନ୍ଧିତ ଖବର