ନବରଙ୍ଗପୁର: ରାଜ୍ୟ ପାଣିପାଗ ବିଭାଗ ସ୍ବତନ୍ତ୍ର ଭାବେ କୋରାପୁଟ ଜିଲ୍ଲାକୁ ୱୋଲୋଜୋନ ବୋଲି ଘୋଷଣା କରିଥିଲେ କିନ୍ତୁ ସେଠାରେ ଯେଉଁ ପରିମାଣର ବର୍ଷା ହେଲା ତା ଠାରୁ ଢ଼େର ଅଧିକା ନବରଙ୍ଗପୁର ଜିଲ୍ଳାରେ ହୋଇଛି। ଗତ ଦୁଇ ଦିନ ହେବ ବର୍ଷାର ଲୁଛକାଳି ଖେଳ ଜାରି ରହିଛି। ତେବେ ଗତକାଲି ଓ ଆଜି ପ୍ରବଳ ବର୍ଷା ହେବା ଫଳରେ ଦଶହରା ବଜାର ଫିକା ପଡ଼ିଛି। ଆଜି ଦିନ ତମାମ ୨୩୬.୯ମିଲିମିଟର ବର୍ଷା ହୋଇଛି। ସର୍ବାଧିକ ଉମରକୋଟ ବ୍ଲକରେ ୧୨୫..୨ମିମି ବର୍ଷା ହୋଇଛି। ସେଭଳି ନବରଙ୍ଗପୁରରେ ୧୧ମିମି, ନନ୍ଦାହାଣ୍ଡିରେ ୪.୩ମିମି, ତେନ୍ତୁଳିଖୁଣ୍ଟି ୧୩ମିମି, ପାପଡାହାଣ୍ଡି ୧୧ମିମି, କୋଷାଗୁମୁଡା ୧୮.୪ମିମି, ଡାବୁଗାଁ ୨୮ମିମି, ରାଇଘର ୪ମିମି, ଝରିଗାଁ ୧୫ମିମି, ଓ ଚନ୍ଦାହାଣ୍ଡି ୭ମିମି ବର୍ଷା ହୋଇଛି।
ବର୍ଷ ତମାମ ଦଶହରା ବଜାରର ବ୍ୟବସାୟକୁ ଅପେକ୍ଷା କରି ଦୁଇ ପଇସା ଲାଭ ପାଇବାକୁ ଆଶାରେଥିବା ଋତୁକାଳୀନ ଓ ଉଠାଦୋକାନୀ ମାନେ ବର୍ଷା ଫଳରେ ସାମଗ୍ରୀ ଓଦା ହେବା ସହ ହଇରାଣ ହେବା ସହ କ୍ଷତି ସହିବାକୁ ପଡିଛି। ଏବଂ ବେପାର ବି ମାଡ଼ ହୋଇଥିଲା। ପ୍ରବଳ ପବନ ବୋହିବା ସହ ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା। ସହର ପାର୍ଶ୍ବ ରହିଥିବା ଇନ୍ଦ୍ରାବତୀ ନଦୀ, ନାଳ ଆଦିରୁ ପାଣିର ସ୍ରୋତ ଠିକେ କମି ଆସିଥିବା ବେଳେ ପୁଣି ବର୍ଷା ପରେ ଏସବୁ ପୁରି ଉଠିଛି।
ଜମି ଗୁଡିକରେ ବି ପାଣି ଚାଳିବା ଆରମ୍ଭ ହୋଇଛି। ବର୍ଷା ଆସିବା ମାତ୍ରକେ ଗାଁ ଗହଳିରେ ଯେଭଳି ପ୍ରଭାବ ପଢ଼ୁଛି ତାହାର ଦ୍ବିଗୁଣା ସହରର ବସ୍ତି ଅଂଚଳରେ ଦେଖିବାକୁ ମିଳିଛି। ବସ୍ତି ବାସିନ୍ଦାମାନେ କାମ ଧନ୍ଦା କରିବାକୁ ବି ବାହାରି ପାରୁ ନାହାନ୍ତି। ଗାଁ ଗହଳିରୁ ସହରକୁ ଆସି ପନିପରିବା ବିକ୍ରୀ କରୁଥିବା, ଦିନ ମଜୁରିଆମାନଙ୍କ ଉପରେ ବର୍ଷାର ପ୍ରଭାବ ବେଶି ମାତ୍ରାରେ ଦେଖିବାକୁ ମିଳିଛି। ସହରର ବିଭିନ୍ନ ଛକ ଓମୁଖ୍ୟରାସ୍ତା, ଦୈନିକ ବଜାର, ଦ୍ବିତୀୟ ଦୈନିକ ବଜାର ଆଦିରେ ରାସ୍ତା ଉପରେ ବସି ପନିପରିବା ବିକ୍ରି କରୁଥିବା ମହିଳାମାନେ ବର୍ଷାକୁ ଖାତିର ନ କରି ସେଭଳି ରାସ୍ତା ଉପରେ ପଲିଥିନ୍ ପକାଇ ଏସବୁ ବିକ୍ରୀ କରୁଥିବା ଦେଖିବାକୁ ମିଳିଛି।
ପନିପରିବା, କଂଚା କାଜୁ ମଂଜି ଆଦି ଘରେ ନେଇ ରଖି ଦେଲେ ନଷ୍ଟ ହେବ ଏବଂ ବଡ଼ଧରଣର କ୍ଷତି ସହିବାକୁ ପଡ଼ିବ ବୋଲି ଏହି ଛୋଟ ବେପାରୀ ମହିଳାମାନେ କହିଛନ୍ତି। ବର୍ଷା ଲାଗି ରହିଥିବାରୁ ନାଳନର୍ଦ୍ଧମା ଗୁଡ଼ିକରେ ପାଣି ଜମା ହୋଇ ବାହାରକୁ ଉଛୁଳି ରାସ୍ତା ଉପରେ ଚାଳୁଥିବା ଦେଖିବାକୁ ମିଳିଥିଲା। ଆଜି ଦିନ ତମାମ ନବରଙ୍ଗପୁର ସହରରେ ପ୍ରବଳ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଥିଲା। ବର୍ଷା ଠିକେ ବଢ଼ିବା ମାତ୍ରକେ ବିଦ୍ୟୁତ କାଟ୍ ହେଉଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/24/ngp-rain-2-2025-09-24-22-30-27.jpg)