ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ଗ୍ରାମରେ ଜଣେ ବିବାହିତ ଯୁବକ ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଗର୍ଭବତୀ କରିଥିବା ନେଇ ଥାନାରେ ଏତଲା ହୋଇଛି। ସୂଚନା ଅନୁସାରେ, ମାନିଗାଁର ଜଣେ ଯୁବତୀକୁ ସେହି ଗ୍ରାମର ବିବାହିତ ଯୁବକ ଇଶ୍ୱର ସିଂ ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସଂପର୍କ ରଖିଥିଲେ। ଏହାପରେ ସେ ଗର୍ଭବତୀ ହୋଇଥିବା ନେଇ ଇଶ୍ୱରଙ୍କୁ କହିଥିଲେ। ତେବେ ଯୁବକ ତାଙ୍କୁ ଗର୍ଭପାତ କରିବା ପରେ ବିବାହ କରିବା ପାଇଁ କହିବାରୁ ସେ ଥରେ ଗର୍ଭପାତ କରାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ ଯୁବକ ଜଣକ ପୁଣିଥରେ ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସଂପର୍କ ରଖିଥିଲେ। ଏବେ ସେ ୬ ମାସର ଗର୍ଭବତୀ ହୋଇଥିବାରୁ ଯୁବତୀ ବିବାହ ପାଇଁ ଜିଦ୍ ଧରିଥିଲେ। କିନ୍ତୁ ଇଶ୍ୱର ତାଙ୍କୁ ବିବାହ କରିବା ପାଇଁ ମନା କରିଦେଇଥିଲେ। ଏ ନେଇ ଗ୍ରାମରେ ବୈଠକ ବସିଥିଲେ ମଧ୍ୟ ସେ ବିବାହ ପାଇଁ ବାରଣ କରିଦେଇଥିଲେ। ଶେଷରେ ବାଧ୍ୟ ହୋଇ ଯୁବତୀ ଥାନାରେ ଏତଲା ଦେଇଥିଲେ। ଡାବୁଗାଁ ଥାନାରେ ଏନେଇ କେସ ନଂ ୧୧୩/୧୮ରେ ମାମଲା ରୁଜୁ ହୋଇ ଯୁବକ ଇଶ୍ୱରକୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚୁରା କରୁଥିବା ଜଣାପଡିଛି।