ଝରିଗାଁ: ଦିନ ଥିଲା ଉପାନ୍ତ ଅଞ୍ଚଳ ଗୁଡ଼ିକୁ ସରକାରୀ ବାବୁମାନେ ବଦଳି ହୋଇ ଯିବା ପାଇଁ ଅମଙ୍ଗ ହେଉଥିଲେ। ଯଦିଓ ପ୍ରଶାସନିକ ଚାପରେ ଯାଉଥିଲେ କିଛି ମାସ ବା କିଛି ବର୍ଷ ମଧ୍ୟରେ ଲବି କରି ସେଠାରୁ ପୁଣି ଅନ୍ୟତ୍ର ବଦଳି ହୋଇ ଯାଉଥିଲେ। ନିଜର ବ୍ୟକ୍ତିଗତ ଅସୁବିଧାକୁ ନେଇ ସେମାନେ ଦୁର୍ଗମ ଅଞ୍ଚଳର ଲୋକଙ୍କ ଚିନ୍ତା କରୁ ନଥିଲେ। ଏପରି ସମୟରେ ୧୯୯୫ ମସିହାରେରେ ନବରଙ୍ଗପୁରଜିଲ୍ଲା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମେ ଫାର୍ମାସିଷ୍ଟ ଭାବେ ନିଯୁକ୍ତି ହୋଇଥିଲେ ସୁଦୁର ଯାଜପୁର ଜିଲ୍ଲା ଅନ୍ୟାସୀପୁର ଗ୍ରାମର ପ୍ରଦୀପ୍ତ ମିଶ୍ର।
ଏହି ଖବର ପଢ଼ନ୍ତୁ: ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ୍ ପଡ଼ିଛି କି? ଚିନ୍ତା କରନ୍ତୁ ନାହିଁ...
ସେହି ସମୟରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମାତ୍ର ଡାକ୍ତର ଥିବା ବେଳେ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ଘୋର ଅଭାବ ରହିଥିଲା। ସେହି ସମୟରେ ଝରିଗାଁ ବ୍ଲକରେ ସଚେତନତା ଅଭାବ ଯୋଗୁଁ ଶହଶହ ଲୋକ ମ୍ୟାଲେରିଆ ରୋଗରେ ପୀଡ଼ିତ ହେଉଥିବା ବେଳେ ବର୍ଷା ଦିନ ମାନଙ୍କରେ ଗାଁ ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିଲେ। ଏପଟେ ଚନ୍ଦାହାଣ୍ଡି ଘାଟିରେ ସବୁବେଳେ ଦୁର୍ଘଟଣାମାନ ଘଟୁଥିଲା। ୧୯୯୫ ମସିହା ଠାରୁ ୨୦୧୨ ମସିହା ପର୍ଯ୍ୟନ୍ତ ପ୍ରାୟ ୧୨ ବର୍ଷ ଧରି ଏକ ମାତ୍ର ଡାକ୍ତର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିବା ବେଳେ ଫାର୍ମାସିଷ୍ଟ ଶ୍ରୀ ମିଶ୍ର ଡାକ୍ତରଙ୍କୁ ସହଯୋଗ କରିବା ସହ ନିଜେ ସମସ୍ତ ରୋଗୀଙ୍କୁ ଦିନ ରାତି ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ।
ଏହି ଖବର ପଢ଼ନ୍ତୁ: କନୌଜ ରେଳ ଷ୍ଟେସନରେ ଅଘଟଣ: ୧୮ ଶ୍ରମିକ ଆହତ
ଫାର୍ମାସିଷ୍ଟ ଶ୍ରୀ ମିଶ୍ର ୨୦୦୧ ମସିହା ଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଯକ୍ଷ୍ମା ରୋଗୀଙ୍କ ପରୀକ୍ଷା ସହ କୃଷ୍ଣ ରୋଗୀମାନଙ୍କ ଚିହ୍ନଟ ସହ ଔଷଧ ସେବନ କାର୍ଯ୍ୟ ତୁଲାଇ ଥିଲେ। ବର୍ତ୍ତମାନ ଏକ ବର୍ଷ ହେବ ବରିଷ୍ଠ ଫାର୍ମାସିଷ୍ଟ ଭାବେ ପଦ ପଦୋନ୍ନତି ପାଇ ଷ୍ଟୋର ଦାଇତ୍ୱରେ ରହିଛନ୍ତି। ସେ ନିଯୁକ୍ତି ପାଇବା ପର ଠାରୁ ସେ କେବେ ବଦଳି ପାଇଁ ଲବି କରିନାହାନ୍ତି ବୋଲି ‘ସମ୍ବାଦ’ର ସ୍ଥାନୀୟ ପ୍ରତିନିଧି ରମେଶ ପଟ୍ଟନାୟକଙ୍କୁ କହିଛନ୍ତି।
ଏହି ଖବର ପଢ଼ନ୍ତୁ: ତାପମାତ୍ରା ୪.୮ ଡିଗ୍ରି ସହ ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶାର ଦାର୍ଜିଲିଂ
୧୯୯୫ ମସିହାରେ ନିଯୁକ୍ତି ପାଇବା ବେଳେ ଶ୍ରୀ ମିର୍ଶ ଯେଉଁ ଦଦରା ଘରେ ରହୁଥିଲେ ଏବେ ମଧ୍ୟ ସେଠି ରହୁଛନ୍ତି। ଯୁବକ ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଚାକିରି ଆରମ୍ଭ କରିବା ଥିବା ଶ୍ରୀ ମିଶ୍ର ଆଉ ୬ ମାସ ପରେ ଅବସର ନେବେ। ଚାକିରି ଆରମ୍ଭ ଯେଉଁଠି ଶେଷ ବି ହେବ ସେଇଠି। ଡାକ୍ତରଖାନାରେ ରୋଗୀ ସେବା କରି ଆସିବା ପରେ ଏବେବି ସକାଳୁ ଓ ସନ୍ଧ୍ୟା ସମୟରେ ନିଜ ଘରେ ଗରିବଙ୍କୁ ମାଗଣା ରୋଗୀ ସେବା କରି ଆସୁଛନ୍ତି। ଝରିଗାଁ ତଥା ଆଖପାଖ ଅଞ୍ଚଳର ରୋଗୀମାନେ ଦିନରାତି ଯେଉଁ ସମୟରେ ଆବଶ୍ୟକ ପଡ଼େ ସେହି ସମୟରେ ଫାର୍ମାଶିଷ୍ଟ ଶ୍ରୀ ମିଶ୍ରଙ୍କ ଦ୍ବାରକୁ ଯାଆନ୍ତି ଓ ସେବା ପାଉଛନ୍ତି। କେବଳ ଏତିକି ନୁହେଁ ଯେଉଁ ରୋଗୀ ଆସିବା ସମ୍ଭବ ନୁହେଁ ସେ ନିଜେ ଘରକୁ ଯାଇ ସେବା ଯୋଗାଇ ଆସୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ମିଶ୍ର ସାର ଭାବେ ଘରେ ଘରେ ପରିଚିତ ହୋଇଛନ୍ତି। ଶ୍ରୀ ମିଶ୍ର ଝରିଗାଁ ଅଞ୍ଚଳକୁ ବହୁତ ଭଲ ପାଆନ୍ତି ବୋଲି କୁହନ୍ତି। ତେବେ ଚାକିରିରୁ ଅବସର ନେଲା ପରେ ଜନ୍ମଭୂମିକୁ ଫେରିବେ ନା ଏଠି ରହିବେ ସେନେଇ ନିଷ୍ପତ୍ତି ନେଇ ନଥିବା କୁହନ୍ତି।
ଏହି ଖବର ପଢ଼ନ୍ତୁ: ଜାନୁଆରି ୧୨ ପର୍ଯ୍ୟନ୍ତ ଜାରି ରହିବ ବାର୍ଷିକ ପୁଷ୍ପ ପଦର୍ଶନୀ: ମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/11/HdebgutoEZ4bjDjt3vop.jpg)