ନବରଙ୍ଗପୁର: ଉମରକୋଟ ବ୍ଲକ ବେହେଡା ପଞ୍ଚାୟତ ଅନ୍ତର୍ଗତ ଫୁଲଝରୀ ଗାଁର ଜଣେ ଅନାଥ ଶିଶୁକୁ ଚାଇଲଡ ଲାଇନ ଉଦ୍ଧାର କରି ବାଳାଶ୍ରମକୁ ସ୍ଥାନାନ୍ତର କରିଛି। ଫୁଲଝରୀ ଗାଁର ଏହି ଶିଶୁଙ୍କ ବାପା ନିଖୋଜ ହୋଇ ଯାଇଥିଲେ। ଶିଶୁଟିକୁ ୨ବର୍ଷ ବୟସ ହୋଇଥିବା ବେଳେ ମା ଅନ୍ୟତ୍ର ବାହା ହୋଇ ଚାଲିଗଲେ। ସେହିଦିନ ଠାରୁ ସେ ଆଇ ପାଖରେ ରହି ଆସୁଥିଲା। ଆଇଙ୍କ ବୟସ ଏବେ ପ୍ରାୟ ୬୦ବର୍ଷ ହେବ। ସେ ନିଜେ ବଞ୍ଚିବା ପାଇଁ କଷ୍ଟକର ହୋଇପଡିଥିବା ବେଳେ ନାତିର ଭବିଷ୍ୟତ ନେଇ ଚିନ୍ତାରେ ରହିଥିଲେ। ଏ ସଂକ୍ରାନ୍ତରେ ଖବର ପାଇ ଚାଇଲଡ ଲାଇନ ସଭ୍ୟ ନାରାୟଣ ନଷ୍କର ଓ ବିଘ୍ନେଶ ହିଆଲ ଉକ୍ତ ଗାଁ ରେ ପହଞ୍ଚି ଆଲୋଚନା କରିବା ପରେ ପୋଷ୍ୟ ଗ୍ରହଣ କେନ୍ଦ୍ରକୁ ପଠାଇବା ପାଇଁ ଇଛା ପ୍ରକାଶ କରୁଥିବା କହିଥିଲେ। ଚାଇଲଡ ଲାଇନ ପକ୍ଷରୁ ଏ ନେଇ ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ବିଜୟ କୁମାର ଚୌଧୁରୀ, ଜେମାମଣି ବିଷୋୟୀ, କୁନିମଣି ସ୍ୱାଇଁ, ଚାଇଲଡ ଲାଇନ ସଂଯୋଜକ ରବିନ୍ଦ୍ର କୋଲାର ଉକ୍ତ ଶିଶୁର ଆଇ ସହ ଆଲୋଚନା ପରେୁ ସିନ୍ଧିଗୁଡା ବାଳାଶ୍ରମକୁ ସ୍ଥାନାନ୍ତର କରିଥିଲେ। ବାଳାଶ୍ରମରେ ୨ମାସ ରଖିବା ପରେ ନବରଙ୍ଗପୁର ସ୍ଥିତ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯିବ ବୋଲି ଜଣାପଡିଛି।
ଉଦ୍ଧାର ଶିଶୁ ବାଳାଶ୍ରମକୁ ସ୍ଥାନାନ୍ତର
/sambad/media/post_attachments/wp-content/uploads/2018/02/orphan-child.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)