ନବରଙ୍ଗପୁର: ଶ୍ରୀକ୍ଷେତ୍ର ପୁରୀ ଠାରେ ତ୍ରିଭଙ୍ଗ କଳା ନିକେତନ ଅନୁଷ୍ଠାନ ତରଫରୁ ଗୁରୁ ଶିଷ୍ୟ ପରମ୍ପରା ସମ୍ମାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର ଆସି ନିଜ କଳା ପରିବେଷଣ କରିଥିଲେ। ଭାରତନାଟ୍ୟମ୍, କୁଚିପୁଡ଼ି, ସମ୍ବଲପୁରି,କଥକ, ଶାସ୍ତ୍ରୀୟ ନୃତ୍ୟ ସବୁ ପରିବେଷଣ କରାଯାଇଥିଲା।
ଏହି ରାଜ୍ୟ ସ୍ତରୀୟ ନୃତ୍ୟ ଉତ୍ସବରେ ନବରଙ୍ଗପୁର ସହରର ରାଜେଶ ପଣ୍ଡା ଓ ମା ସୁନିତା ରଥଙ୍କ ୫ବର୍ଷର ଝିଅ ରିହାନା ପଣ୍ଡା ଭାଗ ନେଇଥିଲେ।
ରିହାନା ଏହି ପ୍ରତିଯୋଗିତାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକକଳା ଓ ଲୋକସଂସ୍କୃତିର ନୃତ୍ୟ ପରିବେଷଣ କରି ସମସ୍ତ ଗୁରୁ ଏବଂ ଦର୍ଶକଙ୍କ ମନ ଜିତିଥିଲେ। ଏହି ସଫଳତାର ଶ୍ରେୟ ସେ ନିଜ ଗୁରୁ ନିରୁପମା ନାୟକ, ବାପା ରାଜେଶ ପଣ୍ଡା ଓ ମା’ସୁନିତା ରଥକୁ ପ୍ରଦାନ କରିଛନ୍ତି। ରାଜ୍ୟ ସ୍ତରୀୟ ମଞ୍ଚରେ ଏହି ଝିଅ ନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇ ନିଶ୍ଚିତ ଭାବରେ ଆମ ଜିଲ୍ଲା ପାଇଁ ଏହା ଏକ ଗର୍ବ ର ବିଷୟ। ପୂର୍ବରୁ ବି ରିହାନା ରାଜ୍ୟ ଓ ସର୍ବଭାରତୀୟ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲାକୁ ଗୌରାବାନ୍ବୀତ କରିଛନ୍ତି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/29/rihana-2025-09-29-23-06-10.jpg)