ଗଛ ପଡ଼ି ରାସ୍ତା ଅବରୋଧ

ନବରଙ୍ଗପୁର: ନବରଙ୍ଗପୁରରେ ପ୍ରବଳ ବର୍ଷା ଜାରି ରହିଥିବା ଯୋଗୁଁ ଆଜି ଅପରାହ୍ନ ୩ଟା ବେଳେ ନବରଙ୍ଗପୁର ସହରର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଟ୍ରକ କର୍ମଚାରୀ ୟୁନିଅନ କାର୍ଯ୍ୟାଳୟ ଆଗରେ ଥିବା ଏକ ବିରାଟ ଆମ୍ବ ଗଛ ରାସ୍ତା ଉପରେ ଭାଙ୍ଗି ପଡିଯାଇଥିଲା। ସ୍ଥାନୀୟ ବାସିନ୍ଦା ଓ ଦମକଳ ବାହିନୀ ସେଠାରେ ପହଞ୍ଚି ଗଛ କାଟି ରାସ୍ତା ଉପରୁ ହଟାଇଥିଲେ। ଗଛ କାଟିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିବା ଯୋଗୁଁ ବ୍ଲକ କାର୍ଯ୍ୟାଳୟ ଠାରୁ ମାଝୀଗୁଡା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇ ରହିଥିଲା। ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ। ଗଛଟି ରାସ୍ତା ଉପରେ ପଡିବା ଖବର ପାଇ ବିଦ୍ୟୁତ ସରବରାହ ବନ୍ଦ କରି ଗଛ କଟାଯାଇଥିଲା।

ସମ୍ବନ୍ଧିତ ଖବର