ନବରଙ୍ଗପୁର : ଡାବୁଗାଁ ବନ ବିଭାଗ ଦ୍ବାରା ବିପୁଳ ପରିମାଣର ଶାଳ କାଠ ଜବତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବନ ବିଭାଗକୁ ମିଳିଛି ବିପୁଳ ସଫଳତା । ସୋମବାର ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଚୋରା ଚାଲାଣ ଲାଗି ପ୍ରସ୍ତୁତି ହୋଇ ରହିଥିବା ୫୯ ଟି ସାଇଜ଼ ଶାଳ କାଠ ଜବତ କରାଯାଇଛି ।

ଏସବୁ କାଠକୁ ଚୋରା ବେପାରୀମାନେ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ଟୁଟିଗୁଡ଼ା ଓ ମଙ୍ଗରାଚଚରା ଗ୍ରାମ ନିକଟ ଏକ କାଜୁ ବଗିଚା ନିକଟରେ ଲୁଚାଇ ରଖିଥିଲେ । ଖବର ପାଇ ବନ କର୍ମଚାରୀମାନେ ଉକ୍ତ ସ୍ଥାନରେ ଆଜି ସକାଳ ୮ ଘଣ୍ଟା ସମୟରେ ଚଢ଼ାଉ କରିଥିଲେ । ଏଥିରେ ୫୯ ଟି ଶାଳ ସାଇଜ଼ କାଠ ଜବତ ହୋଇଥିଲା । ତେବେ ଆଗୁଆ ଖବର ପାଇ  ଚୋରା କାଠ ବେପାରୀମାନେ ସେଠାରୁ ଚମ୍ପଟ୍ ମାରିଥିଲେ  । ଜବତ ହୋଇଥିବା ଶାଳ ସାଇଜ଼ କାଠର ଆନୁମାନିକ ବଜାର ମୂଲ୍ୟ ୫୦ ହଜାରରୁ ଅଧିକ ହେବ ବୋଲି ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗ କହିଛନ୍ତି । ଏ ନେଇ ଡାବୁଗାଁ ବନ ବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇଛି ।

ଏହି ଚଢାଉ ରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନି ଗମାଙ୍ଗଙ୍କ ସହ ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ,ମଇ ଦଲ ପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ଜଟାବାଲ ବନପାଳ ରାମଚନ୍ଦ୍ର ଜାନି, ବନରକ୍ଷୀ ପ୍ରକାଶ ସରକାର , ମନୋରଞ୍ଜନ ନାୟକ ଓ ରିତାରାଣି ବିଶ୍ୱାସ ପ୍ରମୁଖ ସାମିଲ ଥିଲେ ।

ସମ୍ବନ୍ଧିତ ଖବର