ବାରଣ୍ତାରେ ଚାଲିଛି ଅଙ୍ଗନଵାଡି କେନ୍ଦ୍ର

ଅନୁଦାନ ଅଛି କିନ୍ତୁ ନିର୍ମାଣ ହୋଇପାରୁନି ନୂତନ ଗୃହ

ଚନ୍ଦାହାଣ୍ତି,: ଅଙ୍ଗନଵାଡି କେନ୍ଦ୍ର ହେଉଛି ଗୋଟିଏ ଶିଶୁର ଶିକ୍ଷା କ୍ଷେତ୍ରରେ ମୂଳଦୁଆ ପଡିବାର ପ୍ରଥମ ସୋପାନ। ତେଣୁ ସରକାର ଶିଶୁ ଏବ˚ ମାଆ ମାନଙ୍କୁ ଛତୁଆ ତଥା ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ସହ ଶିଶୁ ମାନଙ୍କୁ ପ୍ରାକ ବିଦ୍ୟାଳୟ ଶିକ୍ଷା ପ୍ରଦାନ ନିମନ୍ତେ ଗାଁ ଗାଁରେ ଖୋଲିଛନ୍ତି ଅଙ୍ଗନଵାଡି କେନ୍ଦ୍ର। କିନ୍ତୁ ଏଥି ନିମନ୍ତେ ନିର୍ମାଣ ହୋଇଥିବା ଗୃହର ଅବସ୍ଥା କଣ ତାହା ଆଉ ଦେଖିବାକୁ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଆନ୍ତରିକତା ନାହିଁ। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚନ୍ଦାହାଣ୍ତି ବ୍ଲକ ଅଧିନସ୍ଥ ସନ୍ଧିମୁଣ୍ତା-୨ ଅଙ୍ଗନାଵଡି କେନ୍ଦ୍ର ଠାରେ। ଏହି ବସ୍ତିରେ ଦୁଇ ଶହରୁ ଉର୍ଦ୍ଧ ପରିବାର ରହୁଥିବାରୁ ସରକାରଙ୍କ ତରଫରୁ ଦୁଇଟି ଅଙ୍ଗନାଵଡି କେନ୍ଦ୍ର ଖୋଲାଯାଇଛି। ତେବେ ଅଙ୍ଗନାଵଡି କେନ୍ଦ୍ର-୨ରେ ଦୁରାବସ୍ଥା ଯୋଗୁଁ ଗ୍ରାମବାସୀ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଏହି କେନ୍ଦ୍ରର ଗୃହ ୨୦୦୯ ମସିହାରୁ ସରକାର ବିପଦ ସଂକୁଳ ଘୋଷଣା କରିଥିବା ସହ ନୂତନ ଗୃହ ନିର୍ମାଣ ପାଇଁ ଟଙ୍କା ଅାସି ପଡିଥିଲେ ହେଁ ଏଯାବତ୍‌ ନୂତନ ଗୃହ ନିର୍ମାଣ ହୋଇ ପାରୁନାହିଁ। ଯାହା ଫଳରେ ପାଚିକାଙ୍କ ବାରଣ୍ତାରେ ବିପଦ ସ˚କୁଳ ଅବସ୍ଥାରେ ଶିଶୁ ମାନେ ପାଠ ପଢୁଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ମୋଟର ଛତିଶଗଡ ଅଞ୍ଚଳରୁ ଆସୁଥିବାରୁ ଶିଶୁ ମାନେ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି। ଏନେଇ ସୁପରଭାଇଜର ସୌଦାମିନୀ ସ୍ବାଇଁଙ୍କୁ ପଚାରିବାରୁ ନୂତନ ଗୃହ ନିମନ୍ତେ ଟଙ୍କା ଆସି ପଡିଛି, କିନ୍ତୁ ନିର୍ମାଣ ହୋଇ ପାରୁନାହିଁ ବୋଲି କହିଛନ୍ତି। ତୁରନ୍ତ ନୂତନ ଗୃହ ନିର୍ମାଣ କରିବାକୁ ସନ୍ଧିମୁଣ୍ତା ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର