ସେନାପତି ସାହି ରାସ୍ତା ଓ ଡ୍ରେନ ମରାମତି ଦାବି

ନବରଙ୍ଗପୁର: ନବରଙ୍ଗପୁର ସହରର ୧୫ନଂ ୱାର୍ଡ ଅଧୀନସ୍ଥ ସେନାପତି ସାହିରେ ରାସ୍ତା ଓ ଡ୍ରେନ ମରାମତି ପାଇଁ ଦାବି ହୋଇଛି। ଏହି ସଂପର୍କିତ ଏକ ଦାବିପତ୍ର ପୌର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରି ଏହାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି। ଉକ୍ତ ଦାବିପତ୍ରରେ, ୧୫ନଂ ୱାର୍ଡ ଅନ୍ତର୍ଗତ ସେନାପତି ସାହିର ମୁଖ୍ୟରାସ୍ତା, ବ୍ଲକ ଅଫିସ ଠାରୁ ନୂଆ କଲୋନି ଦେଇ କର୍ପୋରେସନ ନିକଟସ୍ଥ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଛି। ଉକ୍ତ ରାସ୍ତାର ଦୁରବସ୍ତା ଯୋଗୁଁ ଯାନବାହନ ଚଳାଚଳ ନିମନ୍ତେ ବହୁ କଷ୍ଟକର ହୋଇପଡିଛି। ଏପରିକି ପଦଯାତ୍ରୀମାନେ ମଧ୍ୟ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ରାସ୍ତା ସାରା ଖାଲ, ଢେପ, କାଦୁଅ ପାଣିରେ ପରିପୂର୍ଣ୍ଣ। ସାହିରେ ଡ୍ରେନ ସଫେଇ ନହେବାରୁ ରାସ୍ତା ଉପରେ ଆବର୍ଜନା ଓ ମଇଳା ପାଣି ଜମି ରହୁଛି। ଏପରିକି ଛାତ୍ରଛାତ୍ରୀ ସ୍କୁଲକୁ ଯିବା ଆସିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ରାସ୍ତାର ମରାମତି କାର୍ଯ୍ୟ ତୁରନ୍ତ କରିବା ପାଇଁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର