ଉମରକୋଟର ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ୧୨ ଘଣ୍ଟା ବନ୍ଦ

ଉମରକୋଟ: ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟ  ସହରର ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଜିଏସଟି ବିଭାଗର ଅଧିକାରୀମାନେ ବାରମ୍ବାର ଉମରକୋଟ ଆସି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉକୁ ନେଇ ଉମରକୋଟ ସହରର ବ୍ୟବସାୟୀଙ୍କ ଭିତରେ ଅସନ୍ତୋଷ ଦେଖାଯାଇଛି। ଏହାକୁ ପ୍ରତିବାଦ କରି ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯନ୍ତ ଉମରକୋଟ ସହର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରଖାଯାଇଛି। ଏଥିରୁ ଔଷଧ ଦୋକାନକୁ ବାଦ ଦିଆଯାଇଛି। ଏଥିନେଇ  ଉମରକୋଟ ବ୍ୟବସାୟିକ ସଂଘ ପକ୍ଷରୁ ଏକ ଗୁରୁତ୍ଵପୁର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଜିଏସଟି ବିଭାଗର ଉମରକୋଟଠାରେ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉକୁ ନେଇ ତୀବ୍ର ପ୍ରତିବାଦ କରାଯାଇଥିଲା।

ଓଡ଼ିଶାର ଅନ୍ୟ ସହରରେ ଏପରି ଚଢ଼ାଉ ହେଉନଥିବାବେଳେ ଉମରକୋଟରେ କାହିଁକି ଘନ ଘନ ଚଡ।ଉ କରାଯାଉଛି ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି। କରୋନା ଯୋଗୁଁ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ବ୍ୟବସାୟୀମାନେ ବ୍ୟାଙ୍କ ଓ ଲୋକଙ୍କଠାରୁ ହାତ ଉଧାରୀ ଆଣି ବହୁ କଷ୍ଟରେ ବ୍ୟବସାୟକୁ ଛିଡା କରାଉଥିବାବେଳେ ଜିଏସଟି ଅଧିକାରୀଙ୍କ ଚଢ଼ାଉ ବ୍ୟବସାୟୀଙ୍କ ମେରୁଦଣ୍ଡକୁ ଭାଙ୍ଗିସାରିଲାଣି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଏପରି ଚଢ଼ାଉ ଦ୍ଵାରା ବ୍ୟାବସାୟିକ ପ୍ରତିଷ୍ଠାନର ସୁନାମ ନଷ୍ଟ ହେଉଥିବାର ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ଆଜି ପୁଣି ସମସ୍ତ ବ୍ୟବସାୟୀ ମାନେ ଦିନ ୧୦ଟା ସମୟରେ ଧର୍ମ ଶାଳ।ଠାରେ ଏକ ମିଟିଂ ହେବ ମିଟିଂ ପରେ ଏକ ଶୋଭାଯତ୍ର।ରେ ବାହାରି ଉମରକୋଟ ତହସିଲ କାର୍ଯ୍ୟାଳୟ ଓ ଥାନ।କୁ ଯାଇ ଜି ଏସ ଟି କମିସନରଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହେଇଛି। ଯଦି ବିକ୍ରି କର ବିଭାଗର ଏହି ଘନ ଘନ ଚଢ଼ାଉ ଯଦି ଆଗାମୀ ଦିନରେ ବନ୍ଦ ନ ହୁଏ ତେବେ ଉମରକୋଟ ବ୍ୟବସାୟୀମାନେ ଅ।ନ୍ଦୋଳନ କୁ ତୀବ୍ରତର କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବ୍ୟାବସାୟିକ ସଙ୍ଗର ଆଇନ ଉପଦେଷ୍ଟ। ପ୍ରଶାନ୍ତ କୁମାର ସାହୁ, ସଭାପତି ଦ୍ବାରିକା ନାଥ ପାଣିଗ୍ରାହୀ, ସମ୍ପାଦକ ଲକ୍ଷ୍ମଣ ଅଗରୱାଲଙ୍କ ସମେତ ଶତାଧିକ ବ୍ୟବସାୟୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର