ତେନ୍ତୁଳିଖୁଣ୍ଟିରୁ ବନବିଭାଗ ଦ୍ୱାରା ଏକ ଅଜଗର ସାପ ଉଦ୍ଧାର

ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକ କହେଁଇମୁଣ୍ଡା ଗ୍ରାମ ନିକଟରୁ ବନବିଭାଗ ଦ୍ୱାରା ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ସାପଟିକୁ କାର୍ଲିଚୁଆଁ ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଛି।

ସୂଚନା ଅନୁଯାୟୀ ତେନ୍ତୁଳିଖୁଣ୍ଟି – ଇନ୍ଦ୍ରାବତୀ ରାସ୍ତାର କହେଁଇମୁଣ୍ଡା ଗ୍ରାମ ନିକଟରେ ଏକ ଅଜଗର ସାପ ରାସ୍ତା ଅତିକ୍ରମ କରୁଥୁବା କିଛି ଲୋକ ଦେଖିବାକୁ ପାଇଥିଲେ। ଏହି ସାପଟି ପାହାଡ଼ରୁ  ଗ୍ରାମ ଭିତରକୁ ଯାଉଥିବା ବେଳେ ଲୋକଙ୍କ ନଜରକୁ ଆସିଥିଲା। ଏହାପରେ ଲୋକେ ତୁରନ୍ତ ତେନ୍ତୁଳିଖୁଣ୍ଟି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନରକ୍ଷୀ ସଦା ସାନ୍ତା, ରିତେଶ ସୁନା, ଅମୀୟ ନାୟକ, ଘନ ସାନ୍ତା ପ୍ରମୁଖ ପହଂଚି ଅଜଗରଟିକୁ ଉଦ୍ଧାର କରିଛନ୍ତି। ଅଜଗର ସାପଟିର ଓଜନ ୫ କିଲୋ ଥିବାବେଳେ ବୟସ ଏକ ବର୍ଷ ମଧ୍ୟରେ ହେବ ବୋଲି ବନ କର୍ମଚାରୀ କହିଛନ୍ତି। ତେବେ ସୁରକ୍ଷିତ ଭାବେ ଦିଗି ଗ୍ରାମ ପଂଚାୟତ ଅନ୍ତର୍ଗତ କାର୍ଲିଚୁଆଁ ସଂରକ୍ଷିତ ଜଙ୍ଗଲରେ ସାପଟିକୁ ଛାଡି ଦିଆଯାଇଥିବା ବନରକ୍ଷୀ ରିତେଶ ସୁନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର