ତେନ୍ତୁଳିଖୁଣ୍ଟି: ତେନ୍ତୁଳିଖୁଣ୍ଟି ବ୍ଲକ ଅମଳାଭଟ୍ଟା ପଞ୍ଚାୟତ ଅନ୍ତର୍ଗତ ବାରିଗୁଡା ଗ୍ରାମର ଏକ ଖଳାରେ ଅଗ୍ନିକାଣ୍ଡ ଘଟି ୬୦ଏକର ଜମିର ପାଳ ଗଦା ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ବାରିଗୁଡା ଗ୍ରାମର ଚାଷୀ କ୍ଷୀର ପାଇକ, ଖଗ ପାଇକ, ରଘୁନାଥ ବିଷୋୟୀ ଧାନ ଅମଳ ପରେ ଗାଁର ଏଖକ ଖଳାାରେ ପ୍ରାୟ ୬୦ଏକରର ପାଳ ଗଦା କରି ରଖିଥିଲେ। ତେବେ ଆଜି ଅପରାହ୍ନରେ କୌଣସି କାରଣରୁ ଏହି ପାଳଗଦାରେ ନିଆଁ ଲାଗି ଯାଇଥିଲା। ପରେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ଏନେଇ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ ୬୦ଏକର ଜମିର ପାଳ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।
ଜଳିଗଲା ପାଳ ଗଦା
/sambad/media/post_attachments/wp-content/uploads/2018/01/burning_village-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)