ପାର୍ଥୀପତ୍ର ନାକଚ ହେବାରୁ ବ୍ଲକ ସମ୍ମୁଖରେ ସମିତି ସଭ୍ୟ ପ୍ରାର୍ଥୀନୀଙ୍କ ଧାରଣା

ତେନ୍ତୁଳିଖୁଣ୍ଟି: ତେନ୍ତୁଳିଖୁଣ୍ଟି ବ୍ଲକ କାମତା ପଂଚାୟତ ସମିତି ସଭ୍ୟ ପ୍ରାର୍ଥୀନୀ ନମିତା ସୋଗାରିଆ ଗତ ରାତ୍ରଠାରୁ ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ତାଙ୍କ ନିକଟରେ ଅନୁସୂଚିତ ଜାତି ପ୍ରମାଣପତ୍ର ଥିଲେ ସୁଦ୍ଧା ତାଙ୍କୁ ନିର୍ବାଚନ ଲୋଡ଼ିବାରୁ ବାଦ ଦିଆଯାଇ ଅନ୍ୟାୟ କରିଥିବା ନମିତା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ କାମତା ପଂଚାୟତର ସମିତି ସଭ୍ୟ ପାର୍ଥି ନିମନ୍ତେ ଅନୁସୂଚିତ ଜାତି ସଂରକ୍ଷିତ ଥୁବାବେଳେ ପାଞ୍ଚ ଜଣ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ପାର୍ଥୀପତ୍ର ନାକଚ ହୋଇଥୁବା ସମିତି ସଭ୍ୟ ପ୍ରାର୍ଥୀନୀ ନମିତା ସୋଗାରିଆ ହିନ୍ଦୁ ହୋଇଥୁବା ବେଳେ ତାଙ୍କୁ ତେନ୍ତୁଳିଖୁଣ୍ଟି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗତ ଜାନୁଆରୀ ମାସ ୧୮ତାରିଖରେ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥୁଲା। ଏହି ଆଧାରରେ ସେ କାମତା ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ଗତକାଲି ସ୍କ୍ରୁଟିନି ପ୍ରକ୍ରିୟାରେ ତାଙ୍କୁ ବାଦ ଦିଆଯିବା ପରେ ନମିତା ନିରାଶ ହୋଇ ଧାରଣାରେ ବସିଛନ୍ତି। ସେ ନିଜେ ବହୁ ପୂର୍ବରୁ ହିନ୍ଦୁ ଧର୍ମବଲମ୍ବୀ ହୋଇଥୁବା ବେଳେ ତାଙ୍କୁ ସରକାରଙ୍କ ପକ୍ଷରୁ ଅନୁସୂଚିତ ଜାତି (ଏସ. ସି) ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। କେଉଁ ଆଧାରରେ ତାଙ୍କୁ ନିର୍ବାଚନରେ ପ୍ରାର୍ଥୀପତ୍ର ନାକଚ କରାଗଲା ବୋଲି ସେ କହିଛନ୍ତି।

ନମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଧାରଣା ପ୍ରତ୍ୟାହାର କରିବେନି ବୋଲି ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି।  ଏନେଇଁ ତେନ୍ତୁଳିଖୁଣ୍ଟି ନିର୍ବାଚନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇଙ୍କୁ ପଚାରିବାରୁ ସମିତି ସଭ୍ୟ ପ୍ରାର୍ଥୀ ନମିତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତାଙ୍କ ବାର କୋଡ୍ ଅନଲାଇନ ଯୋଗେ ତଦାରଖ କରାଯାଇଥିଲା। ତେବେ ସେଥିରେ ନମିତାଙ୍କ ଜାତିଗତ ପ୍ରମାଣପତ୍ର ନାକଚ ଥୁବା ଦର୍ଶାଯାଇଥିବା ଯୋଗୁଁ ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥୁବା ନିର୍ବାଚନ ଅଧିକାରୀ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି।

ତେବେ ଏନେଇଁ ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କରଙ୍କୁ ପଚାରିବାରୁ ସମ୍ପୃକ୍ତ ସମିତି ସଭ୍ୟା ପ୍ରାର୍ଥୀ ଙ୍କ ବିରୋଧରେ କାମତା ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଉକ୍ତ ପରିବାର ନିକଟରେ ପହଂଚି ତଦନ୍ତ କରାଯାଇଥୁଲା। ତଦନ୍ତ ପରେ ତାଙ୍କୁ ଦିଆଯାଇଥୁବା ଜାଜିଗତ ପ୍ରମାଣ ପତ୍ରକୁ ନାକଚ କରାଯାଇଥିବା ପ୍ରକାଶ କରିଛନ୍ତି। ନମିତା ସୋଗରିଆଙ୍କ ଜାତିଗତ ପ୍ରମାଣପତ୍ର ନେଇ ତଦନ୍ତ ପ୍ରକ୍ରିୟା ପରିସରଭୁକ୍ତ ଥିବା ପର୍ଯ୍ୟନ୍ତ ତାଙ୍କ ପ୍ରମାଣପତ୍ର ନାକଚ ହୋଇ ରହିଥିବା ତହସିଲ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର