ନବରଙ୍ଗପୁରରେ ପୁଣି ମାତିଲେ ଦୁର୍ବୃତ୍ତ :ଦୁଇ ଦିନରେ ୩ଟି ଚୋରି

ନବରଙ୍ଗପୁର: ନବରଙ୍ଗପୁର ସହରରେ ଗତ ତିନି ଦିନ ହେବ ପୁଣି ମାତିଛନ୍ତି ଲୁଟେରା। ସୂଚନା ଅନୁସାରେ, ଗତ ୧୬ ତାରିଖ ରାତିରେ ନୂଆବଜାରରେ ଥିବା ସତିଶ ବାବୁଙ୍କ ଚାପତି ଏଜେନ୍ସି ପଛ ପଟ କାନ୍ଥ ଖୋଳି ଦୋକାନ ଭିତରେ ପଶି ଲାପଟପ୍‌, ମନିଟର ଓ ଚା ପ୍ୟାକେଟ ଗୁଡିକ ଚୋରି ହୋଇଥିବା ତାପର ଦିନ ସକାଳେ ଦୋକାନ ଖୋଲିବା ସମୟରେ ସେ ଦେଖିବାକୁ ପାଇଥିଲେ। ଏ ନେଇ ଗତକାଲି ନବରଙ୍ଗପୁର ଥାନାରେ ସେ ଏତଲା ଦେଇଥିଲେ। ସେହିପରି ଗତକାଲି ମଧ୍ୟ ରାତିରେ ସେହି ବଜାରରେ ସିମାଞ୍ଚଳଙ୍କ ଇଲେକ୍ଟ୍ରେ୍ଟାନିକସ୍‌ ଦୋକାନ ସଟର ଭାଙ୍ଗି ଭିତରେ ପଶି ୮ହଜାର ଟଙ୍କା ନେବା ସହ କିଛି ସିଲିଂ ଫ୍ୟାନ ଚୋରି କରି ନେଇଥିଲେ। ତେବେ ଆଜି ସକାଳେ ମାଲିକ ସିମାଞ୍ଚଳ ଦୋକାନ ଖୋଲିବାକୁ ଆସି ସଟର ଭାଙ୍ଗିଥିବା ଦେଖି ଥାନାରେ ଏତଲା ଦେଇଥିଲେ। ସେହିପରି ଗତ ୧୬ ତାରିଖ ଦିନ ରାତିରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ କୁମାର ବାରିକଙ୍କ ସରକାରୀ ବାସଭବନ ବାହାରେ ଥିବା ତାଙ୍କ ହୋଣ୍ଡା ଏକ୍ଟିଭା ସ୍କୁଟି(ଓଆର ୨୪ସି ୩୭୮୫) ମଧ୍ୟ ରାତିରେ ହୁହୁ ହୋଇ ଜଳିବାକୁ ଦେଖିବାକୁ ପାଇଥିଲେ।

ପରିବାର ଲୋକେ ପାଣି ଆଣି ନିଆଁକୁ ଲିଭାଇଥିଲେ। ତେବେ ଏହି ଡକାୟତି ଯୋଜନାରେ ଜଣେ ନାବାଳକ ସାମିଲ ଥିବା ସନ୍ଦେହ କରାଯାଉଛି। ନବରଙ୍ଗପୁର ସହରରେ ବାରମ୍ବାର ଏଭଳି ଚୋରି ଘଟୁଥିବାରୁ ଏହାକୁ ରୋକିବା ପାଇଁ ବଣିକ ସଂଘ ସଭାପତି ସୁଶିଳ ଜୈନ, ଉପସଭାପତି ରାକେଶ ଗୁପ୍ତା, ଏନ.ଭେଙ୍କଟ ରାଓ ପ୍ରମୁଖ ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ନିକଟକୁ ଯାଇ ସାକ୍ଷତ କରି ନୂଆ ବଜାର ନିକଟରେ ପୁଲିସ ମୁତୟନ କରିବା ସହ ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର