ଉମରକୋଟ: ଆଜି ସକାଳେ ନବରଙ୍ଗପୁରଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ପୁଟୁଗୁଡା ଗ୍ରାମ ନିକଟରେ ପିଡିଏସ ମାଣ୍ଡିଆ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ନିକଟସ୍ତ ଧାନ ଜମିରେ ଓଲଟି ପଡ଼ିଥିଲା। ତେବେ ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଛି। ଆଜି ସକାଳେ ନବରଙ୍ଗପୁରରୁ ଏକ ଟ୍ରକ ଯାହାର ରେଜିଷ୍ଟ୍ରେସନ୍ ନମ୍ବର ଓଡି ୨୪ ଏଲ୍‌ ୨୮୧୪ରେ ୩୧୭ ବସ୍ତା ମାଣ୍ଡିଆ ବୋଝେଇ କରି ଉମରକୋଟ ବ୍ଲକର କିଛି ପଞ୍ଚାୟତକୁ ବଣ୍ଟନ ପାଇଁ ଯାଉଥିଲା।

Advertisment

ସେମାଳା ପଞ୍ଚାୟତରେ କିଛି ମାଣ୍ଡିଆ ବସ୍ତା ଅନଲୋଡ କରି ସେଠାରୁ ଅଂଚଳା ପଞ୍ଚାୟତକୁ ଯାଉଥିବା ବେଳେ ପଟୁଗୁଡାଠାରେ ଏକ ପୋଲ ନିକଟରେ ଭାରସାମ୍ୟ ହରାଇ ଟ୍ରକଟି ପାର୍ଶରେ ଥିବା ଏକ ଧାନ ଜମିରେ ଓଲଟି ପଡ଼ିଥିଲା। ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଟ୍ରକରୁ ଡ୍ରାଇଭରକୁ ଉଦ୍ଧାର କରିଥିଲେ। ରାସ୍ତା ଅଣ ଓସରିଆ ଓ କାଦୁଅ ଥିବା  ଯୋଗୁ ଏହିଭଳି ଘଟଣା ଘଟିଛି ବୋଲି ଅଞ୍ଚଳର ସରପଞ୍ଚ ଅର୍ଜୁନ ଭତ୍ରା ପ୍ରକାଶ କରିଛନ୍ତି। ତେବେ ଡ୍ରାଇଭରଙ୍କ ଜୀବନ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛି।