ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ତରେଙ୍ଗା ଗ୍ରାମ ନିକଟରେ ଟ୍ରକ୍ ଚାପାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ୪କିଲୋମିଟର ଦୂର ଏକ ଜଙ୍ଗଲ ନିକଟରେ ଟ୍ରକ୍ଟିକୁ ଛାଡି ଦେଇ ଫେରାର ହୋଇଯାଇଛି। ସିଙ୍ଗସାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଡାବୁଗାଁ ଥାନା ଅନ୍ତର୍ଗତ ସିଙ୍ଗସାରୀ ନିକଟସ୍ଥ ତରେଙ୍ଗା ଗ୍ରାମର ପ୍ରେମାନନ୍ଦ ମାଝୀଙ୍କ ଝିଅ ବେଦବାଲି(୬) ଆଜି ମଧ୍ୟାହ୍ନରେ କିଛି ସାଙ୍ଗଙ୍କ ସହ ଘର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲା। ଗାଧୋଇ ସାରି ଗାଁ ରାସ୍ତା ହୋଇ ଘରକୁ ଫେରିବା ବେଳେ ବେଦବାଲି ଏକ ଟ୍ରକ୍(ସିଜି ୦୪ଜେବି ୪୭୩୧) ତାକୁ ଧକ୍କା ଦେଇଥିଲା। ବେଦବାଲି ଟ୍ରକ ଚକା ତଳେ ପଡିଯିବାରୁ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଜଣକ ଦୁର୍ଘଟଣା ସ୍ଥଳରୁ ୪କିଲୋମିଟର ଦୂର କେଲାବାଲ ଜଙ୍ଗଲରେ ଟ୍ରକ୍ଟିକୁ ଛାଡି ଦେଇ ଚମ୍ପଟ ମାରିଥିଲା। ଡାବୁଗାଁ ଥାନା ଅଧିକାରୀ ପ୍ରଭାତ କୁମାର ସେଠୀଙ୍କ ନିର୍ଦେଶ କ୍ରମେ ସିଙ୍ଗସାରୀ ଫାଣ୍ଡି ଅଧିକାରୀ ଠଣ ସୁନ୍ଦର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ସିଙ୍ଗସାରୀ ଥାନାରେ କେଶ୍ ନଂ-୫୬/୧୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନ ଏହି ଘଟଣାର ତଦନ୍ତ କରୁଛନ୍ତି।
ଟ୍ରକ୍ ଚାପାରେ ନାବାଳିକା ମୃତ
/sambad/media/post_attachments/wp-content/uploads/2018/04/dump-truck3.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)