ସିରିଜ୍ ଲୁଟ୍ ପରେ ୨ଗିରଫ

ନବରଙ୍ଗପୁର/ମଇଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ତି ଥାନା ଅନ୍ତର୍ଗତ ମାନିଗାଁ ଅଞ୍ଚଳରେ ସିରିଜ୍‌ ଲୁଟ୍ ପରେ ଚମ୍ପଟ ମାରୁଥିବା ଗୋଟିଏ ଲୁଟେରା ଦଳର ୨ଜଣ ସଦସ୍ୟଙ୍କୁ ଧରିଛନ୍ତି ନୂଆକୋଟ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡା ଗ୍ରାମବାସୀ। ତେବେ ଘଟଣା ସ୍ଥଳରୁ ଜଣେ ଖସି ଚାଲି ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପୁଲିସ ଅଭିଯୁକ୍ତ ଦ୍ବୟଙ୍କୁ ନେବାପରେ ତନାଘନା ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ସି˚ସାରି ଗାଁର ଧନମତି କଲାର ଡାବୁଗାଁ ହାଟରୁ ଘରକୁ ବାଇକ ଯୋଗେ ଫେରିବା ସମୟରେ ଗୋଟିଏ ବାଇକରେ ୩ ମୁଖାପିନ୍ଧା ଦୁର୍ବୃତ୍ତ ଅଟକାଇଥିଲେ। ମାରଣାସ୍ତ୍ର ଦେଖାଇ ସୁନା ହାର ଝାମ୍ପି ନେିତିଲେ। ଯାହାର ମୂଲ୍ୟ ୨୫ହଜାର ଟଙ୍କା ହେବ ବୋଲି କୁହାଯାଉଛି। ସେହିପରି ଝରିଗାଁ ବ୍ଲକ ଅନ୍ତର୍ଗତ ଫୁଫୁଗାଁର ଲକ୍ଷ୍ମଣ ମାଝୀ ବାଇକରେ ଉମରକୋଟ ଆସୁଥିବା ସମୟରେ ମେଦନା ନିକଟରେ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ସେହି ସମାଜ ଦୁର୍ବୃତ୍ତ ତାଙ୍କୁ ଅଟକାଇ ନଗଦ ୧୧ଶହ ଟଙ୍କା, ମୋବାଇଲ ଏବଂ ବାଇକର ଚାବି ଛଡାଇ ନେଇ ଯାଇଥିଲେ। ଏହାପରେ ଡାବୁଗାଁ ଥାନା ଅର୍ଗତ ମାନିଗାଁ ନିକଟସ୍ଥ ନଦୀ ପାଖରେ ଘୁସୁରାବେଢ଼ା ଗ୍ରାମର ଦେବୀ ସୁନ୍ଦରମଣି ହାଟରୁ ନିଜ ଗ୍ରାମକୁ ବ୍ୟବସାୟ କରି ଫେରିବା ସମୟରେ ସ˚ଧୢାରେ ମାରାଣାସ୍ତ୍ର ଦେଖାଇ ୬ ହଜାର ଟଙ୍କା ଛଡାଇ ନେଇ ଯାଇଥିଲେ।

ସି˚ସାରୀ ଗ୍ରାମର ଶ୍ରୀଧର ଭତ୍ରାଙ୍କୁ ମଧ୍ୟ କୁମରଗୁଡା ନିକଟରେ ମାରଣାସ୍ତ୍ର ଦେଖାଇ ନଗଦ ୬ହଜାର ଟଙ୍କା ଓ ଅନ୍ୟ ଜଣଙ୍କ ଠାରୁ ୫ଶହ ଟଙ୍କା ଛଡାଇ ନେଇଯାଇଥିଲେ। ମାନିଗାଁ ପାଖରେ ଲୁଟ ପରେ ଗ୍ରାମବାସୀ ଫୋନ ଯୋଗେ ନୂଆଗୁଡା ଗ୍ରାମକୁ ଖବର ଦେଇଥିଲେ। ନୂଆଗୁଡା ଗ୍ରାମବାସୀ ଦୁର୍ବୃତ୍ତଙ୍କୁ ଖୋଜାଖୋଜି କରି ରାତି ପ୍ରାୟ ୮ଟାରେ କାବୁ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ରାତି ଅନ୍ଧାରର ସୁଯୋଗ ନେଇ ଜଣେ ଖସିଯିବାରେ ସକ୍ଷମ ହୋଇଥିଲା। ୨ ଜଣଙ୍କୁ ଅଟକାଇ ରଖି ଗ୍ରାମବାସୀ ମଇଦଲପୁର ଫାଣ୍ତିକୁ ଖବର ଦେଇଥିଲେ। ମଇଦଲପୁର ଫାଣ୍ତି ଅଧିକାରୀ ପ୍ରଦୀପ କୁମାର ବାଘ ଘଟଣା ସ୍ଥଳରେ ପହଞ୍ଚି ୨ଜଣଙ୍କୁ ଫାଣ୍ତିକୁ ଆଣି ପଚରା ଉଚରା କରିଥିଲେ। ପୁଲିସ ଲୁଟ୍‌ର ଶିକାର ହୋଇଥିବା ଲୋକଙ୍କୁ ଫାଣ୍ତି ଡକାଇଥିଲେ। ଅଭିଯୁ୍କ୍ତଙ୍କୁ ମୁଖା ପିନ୍ଧାଇବା ପରେ ଲୋକେ ସେମାନଙ୍କୁ ଚିହ୍ନଟ କରିଥିଲେ। ଚିହ୍ନଟ ହୋଇଥିବା ଅଭିଯୁକ୍ତ ଦ୍ବୟ ହେଲେ ନବରଙ୍ଗପୁର ଦଶହରାପଦାର ସନ୍ତୋଷ ହରିଜନ(୨୩) ଓ ଲିଙ୍ଗରାଜ ମଲ୍ଲିକ (୨୪)। ଫେରାର ଥିବା ଅଭିଯୁକ୍ତ ବିଶୁଦାନ ହରିଜନ ବୋଲି ପୁଲିସ ପ୍ରକାଶ କରିଛି। ସେମାନଙ୍କ ଠାରୁ ପୁଲିସ ଗୋଟିଏ ନମ୍ବର ବିହୀନ ହିରୋ ଏଚଏଫ ଡିଲକ୍ସ ମୋଟର ସାଇକେଲ, ମୁଖା, ୨ଟି ଛୁରି ଜବତ କରିଛି। ଲୁଟ ଘଟଣା ଡାବୁଗାଁ ଥାନା ଅଞ୍ଚଳରେ ହୋଇଥିବାରୁ ଡାବୁଗାଁ ଥାନାକୁ ଅଧିକ ପଚରା ଉଚରା ପାଇଁ ନିଆଯାଇଛି।

ସମ୍ବନ୍ଧିତ ଖବର