ନବରଙ୍ଗପୁର: ପାପଡାହାଣ୍ଡି ଥାନା ଅନ୍ତର୍ଗତ ମାନିଗାଁ ଠାରେ ଡକାୟତି କରି ଫେରିବା ବେଳେ ନୂଆକଟ ପଞ୍ଚାୟତର ନୁଆଗୁଡା ଗାଁ ଗ୍ରାମବାସୀଙ୍କ ଦ୍ଵାରା ୨ ଜଣ ଲୁଟେରା ଧରାପଡ଼ିଛନ୍ତି। ଗୋଷ୍ଠୀରୁ ଜଣେ ଲୁଟେରା ଖସି ପଳାଇଛି। ସିଂସାରି ଗାଁର ଧନମତି କଲାର ଡାବୁଗାଁ ହାଟରୁ ନିଜ ଗାଁକୁ ଫେରିବା ରାସ୍ତାରେ ଗୋଟିଏ ବାଇକରେ ୩ ଜଣ ଫେରିବା ସମୟରେ ଅପରାହ୍ନ ୨ଟା ବେଳେ ୩ ଜଣ ମୁଖା ପିନ୍ଧାଧାରୀ ଯୁବକ ରାସ୍ତାରେ ଅଟକାଇ ବିଭିନ୍ନ ମାରାଣାସ୍ତ୍ର ଦେଖାଇ ଧନମତି ପିନ୍ଧିଥିବା ଏକ ସୁନା ହାର ଟାଣି ନେଇଯାଇଥିଲେ। ସୁନା ହାର ମୂଲ୍ୟ ୧୫ ହଜାର ଟଙ୍କା ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଝରିଗାଁ ବ୍ଲକର ଫୁଫୁଗାଁ ଗ୍ରାମର ଲକ୍ଷ୍ମଣ ମାଝୀ ବାଇକରେ ଉମରକୋଟ ଆସୁଥିବା ରାସ୍ତା ରେ ମେଦନା ନିକଟରେ ମଧ୍ୟାହ୍ନ ୧ଟାରେ ଏହି ଯୁବକମାନେ ବାଇକକୁ ଅଟକାଇ ତାଙ୍କ ଠାରୁ ନଗଦ ଟଙ୍କା ୧୧ ଶହ ଟଙ୍କା, ଗୋଟିଏ ସାମସଙ୍ଗ ମୋବାଇଲ ଓ ବାଇକର ଚାବି ଛଡାଇ ନେଇ ଯାଇଥିଲେ। ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ନିକଟସ୍ଥ ଏକ ନଦୀ ପାଖରେ ଘୁସୁରାବେଢ଼ା ଗ୍ରାମର ଦେବୀ ସୁନ୍ଦରମଣି ହାଟରୁ ନିଜ ଗ୍ରାମକୁ ବ୍ୟବସାୟ କରି ଫେରିବା ସମୟରେ ପ୍ରାୟ ସଂଧ୍ୟା ସମୟରେ ମାରାଣାସ୍ତ୍ର ଦେଖାଇ ୬ ହଜାର ଟଙ୍କା ଛଡାଇ ନେଇ ଯାଇଥିଲେ।
ଏହି ୨ ଜଣ ଯୁବକ ହେଲେ ନବରଙ୍ଗପୁର ସହରର ଦଶରାପଦାର ସନ୍ତୋଷ ହରିଜନ(୨୩), ନବରଙ୍ଗପୁର ଦଶରାପଦାର ଲିଙ୍ଗରାଜ ମଲ୍ଲିକ (୨୪) ଓ ଫେରାର ଥିବା ଯୁବକ ବିଶୁଦାନ ହରୀଜନ ବୋଲି ପୁଲିସ ପ୍ରକାଶ କରିଛି। ଏହି ୨ ଜଣ ଯୁବକଠାରୁ ଗୋଟିଏ ନମ୍ବର ବିହିନ ହିରୋ ଏଚଏଫ ଡିଲକ୍ସ ମୋଟର ସାଇକେଲ, ମୁଖା ୨ ଟା ଓ ୨ଟି ଛୁରୀ ଜବତ କରାଯାଇଛି । ଏହି ସମସ୍ତ ଡକାୟତି ଡାବୁଗାଁ ଥାନା ଅଧିନରେ ହୋଇଥିବାରୁ ଏହି ୨ ଜଣ ଯୁବକଙ୍କୁ ଡାବୁଗାଁ ଥାନାକୁ ଅଧିକ ପଚରା ଉଚରା ପାଇଁ ନିଆଯାଇଛି। ଡାବୁଗାଁ ଥାନାରେ ବି ଡକାୟତିରେ ଶିକାର ହୋଇଥିବା କିଛି ବ୍ୟକ୍ତିଙ୍କୁ ଡକାଇ ଚିହ୍ନଟ କରିବାର କାର୍ଯ୍ୟକ୍ରମ ରହିଛି।