ଦୁଇ ବାଇକ୍ ମୁହାଁମୁହିଁ, ଯୁବକ ମୃତ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଉଦୟପୁର ଗ୍ରାମରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରାଇଘର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୨ଜଣଙ୍କୁ ୧୦୮ ଆମ୍ବୁଲାନ୍‌ସ ଯୋଗେ ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଛନ୍ତି।
ସୂଚନା ଅନୁଯାୟୀ, ରାଇଘର ବ୍ଲକ ମହଣ୍ଡ ପଞ୍ଚାୟତ ଅନ୍ତର୍ଗତ ଖିଡିଙ୍ଗିଡିହି ଗ୍ରାମର ରଘୁ ଗଣ୍ଡ(୩୬) ପତ୍ନୀ ଓ ଝିଅକୁ ନେଇ ନିଜ ଶ୍ବଶୁର ଘରକୁ ଯାଇଥିଲେ। ଗତକାଲି ରାତିରେ ଏକ ବାଇକ୍‌ରେ ପତ୍ନୀ ଓ ଝିଅକୁ ବସାଇ ରଘୁ ନିଜ ଗାଁକୁ ଫେରୁଥିବା ସମୟରେ ରାତି ପ୍ରାୟ ୮ଟାରେ ଉୟଦପୁର ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ଓ ଏହି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିଯୋଗୁଁ ରଘୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବାଇକ୍‌ରେ ଥିବା ୨ଜଣ ଯୁବକ ଆହତ ହୋଇଥିଲେ। ଖବର ପାଇ ରାଇଘର ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଉଭୟ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ ଯେ‌ାଗେ ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ୨ଜଣ ବ୍ୟକ୍ତିଙ୍କ ପରିଚୟ ମିଳିପାରିନି।

ସମ୍ବନ୍ଧିତ ଖବର