ଏମିତି ବି ମୃତ୍ୟୁ ଆସେ: ନବରଙ୍ଗପୁରରେ ବାଇକ୍‌ ଉପରେ ଓଲଟି ପଡ଼ିଲା ଟ୍ରକ, ୨ ମୃତ

ନବରଙ୍ଗପୁର: ବେଳ ଖରାପ ହେଲେ ମୃତ୍ୟୁ କେତେବେଳେ ଓ କିପରି ଅବସ୍ଥାରେ ହେବ ତାହା କେହି କହିପାରିବେ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଗୁରୁବାର ଅପରାହ୍ନରେ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ରାସ୍ତାରେ ଯାଉଥିବା ୨ଜଣ ବାଇକ ଆରୋହୀଙ୍କ ଉପରେ ଏକ ଟ୍ରକ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାର ମଇଦଲପୁର ଫାଣ୍ଡି ଏବଂ କଳାହାଣ୍ଡି ଜିଲ୍ଲାର ସୀମା ଜାତୀୟ ରାଜପଥ ୨୬ ନମ୍ବରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ମିଳିବାପରେ ମଇଦଲପୁର ଫାଣ୍ଡି ଏବଂ କଳାହାଣ୍ଡି ଜିଲ୍ଲାର ଆମପାଣି ପୁଲିସ ପହଂଚିଛି।

ଆଜି ଅପରାହ୍ନ ୩ଟାରେ ଘଟିଥିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳ ଶୋକର ଛାୟା ଖେଳିଯାଇଥିବା ବେଳେ ପୁଲିସ ଟିମ ଉଦ୍ଧାର ଜାରି ରଖିଛି। ବାଉଁଶ ବୋଝେଇ ଟ୍ରକ ତଳେ ଚାପି ହୋଇଥିବା ଲୋକ କିଏ ଓ ସେମାନେ କେଉଁଠିକାର ଉଦ୍ଧାର ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର