ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ସଦର ମହକୁମାର ଝରିଗାଁ - କରଷାହାଣ୍ଡି ରାସ୍ତାରେ ଆଜି ଅପରାହ୍ନ ଦୁଇଟା ସମୟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ବାଇକ ଆରୋହୀ ଗୁରୁତର ହୋଇ ଥିବା ସୂଚନା ମିଳିଛି।
ବାଣୁଆଗୁଡା ପଞ୍ଚାୟତ ଅନ୍ତର୍ଗତ ଦେଉଲକଣା ଗ୍ରାମର ଭାଗିରଥି କଲାର(୨୭) ଏବଂ ଅର୍ଜୁନ ଗୌଡ଼ ଏକ ବାଇକ୍ ନମ୍ବର (ଓଡି ୨୪ଏଫ ୨୫୯୧) ଯୋଗେ ଝରିଗାଁ ଆସି ଗଣେଶ ପୂଜା ବିସର୍ଜନ ପାଇଁ ବାଣ କିଣି ସାରି ଦେଉଲକୋଣା ଗ୍ରାମକୁ ଫେରୁଥିଲେ। ତେବେ ବିପରୀତ ଦିଗରୁ ସିନ୍ଧିଗୁଡା ଗ୍ରାମର ଥବିର ପୂଜାରୀ(୨୦) ବାଇକ୍ ନମ୍ବର (ଓଡି ୨୪ଡି ୬୧୪୭) ଯୋଗେ ନୂତନ ପୋଷାକ କିଣିବା ପାଇଁ ଝରିଗାଁ ଆସୁଥିବା ବେଳେ ଝରିଗାଁ-କରଷାହାଣ୍ଡି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଦୁଇ ଆରୋହୀ ଛିଟିକି ପଡ଼ି ଗୁରୁତର ଆହତ ହେଇଥିଲେ।
ସେଇ ରାସ୍ତା ଦେଇ ଯାଉଥିବା କିଛି ଲୋକ ଦୁର୍ଘଟଣାକୁ ଦେଖି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ପରେ ଲୋକେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଦୁଇ ଜଣଙ୍କୁ ଭର୍ତ୍ତି କରିଥିଲେ। ଡ଼ା ସନ୍ତୋଷ ପ୍ରଧାନ ଦୁଇ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। ଏହାପରେ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଉଭୟଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଏଣେ ଅର୍ଜୁନ ଗୌଡ଼ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/jhari.jpg)