ବିଦ୍ୟୁତ ତାର ଲାଗି ୨ଗୋରୁ ମୃତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଂରକ୍ଷିତ ଜଙ୍ଗଲରେ ଡାବୁଗାଁ-ମେଦନା ଜଙ୍ଗଲରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଟି ଗୋରୁର ମୃତ୍ୟୁ ଘଟିଛି। ଗତ ଏପ୍ରିଲ ୨୯ତାରିଖରେ ମଧ୍ୟ ଏଭଳି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଗୋରୁର ମୃତ୍ୟୁ ଘଟିଥିଲା। ସୂଚନା ଅନୁଯାୟୀ, ଡାବୁଗାଁ-ମେଦନା ରାସ୍ତାର ତାଣିଣୀ ମନ୍ଦିର ନିକଟସ୍ଥ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ଆଜି ଶିକାରୀଙ୍କ ଦ୍ୱାରା ବାର୍‌ହା ଶିକାର ପାଇଁ ବିଦ୍ୟୁତ ତାର ବିଛାଯାଇଥିଲା। ତେବେ ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଙ୍ଗଲରେ ଚରୁଥିବା ୨ଟି ଗୋରୁର ମୃତ୍ୟୁ ଘଟିଛି। ମୃତ ଗୋଟିଏ ଗୋରୁ ଡାବୁଗାଁ ରେଭିନ୍ୟୁ ସାହିର ଯଦୁ ଜାନୀଙ୍କ ହୋଇଥିବା ବେଳେ ଅନ୍ୟ ଗୋରୁଟି କାହାର ସୂଚନା ମିଳିନି। ଯଦୁ ଜାନୀଙ୍କୁ ବନ ବିଭାଗ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମାବସୀ ଦାବି କରିଛନ୍ତି। ଡାବୁଗାଁ ସରଂକ୍ଷିତ ଜଙ୍ଗଲରେ ଶିକାରୀ ମାନେ ବେଆଇନ ଭାବେ ବନ୍ୟଜନ୍ତୁ ଶିକାର କରୁଥିବାରୁ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର