ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡା ପଞ୍ଚାୟତ ଅଂଚଳରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟିଛି। ମାହାଗୁଡ଼ାରେ ହୋଇଥିବା ଏହି ବଜ୍ରପାତରେ ୨ଜଣ ମହିଳା ଦିନ ମଜୁରିଆଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ଜଣଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବଜ୍ରାଘାତରେ ୭ମ ଶ୍ରେଣୀ ଛାତ୍ରୀ ଗୁରୁତର
ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକର ପଣ୍ଡିକୋଟ ପଞ୍ଚାୟତ ଅନ୍ତର୍ଗତ ବାଲିଗୁଡ଼ା ଗ୍ରାମରେ ବିଜୁଳି ପଡ଼ି ଜଣେ ୭ମ ଶ୍ରେଣୀ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛି। ବାଲିଗୁଡ଼ା ଗ୍ରାମର ସରାଜୁ ଜାନୀଙ୍କ ସ୍ତ୍ରୀ ରେବତୀ ଜାନୀ ଓ ତାଙ୍କ ଝିଅ ବୃନ୍ଦାବତୀ ଜାନୀ (୧୩) ଶନିବାର ମଧ୍ୟାହ୍ନରେ ନିଜ ଜମିକୁ କାମ କରିବା ପାଇଁ ଯାଉଥିଲେ। ଜମିକୁ ଯିବା ସମୟରେ ସେମାନେ ବଜ୍ରାଘାତର ସମ୍ମୁଖୀନ ହୋଇଥିଲେ। ବୃନ୍ଦାବତୀରଙ୍କ ଶରୀର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଛି। ହାତ, ଗୋଡ଼, ଛାତି, ପେଟ ଓ ପିଠି ପୋଡ଼ି ଯାଇଛି। ତାକୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ୧୪ ଜଣ ମହିଳା ଗାଁର ଜଣେ ଚାଷୀଙ୍କ ବିଲରେ ଧାନ ରୋହୁଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ସମସ୍ତ ୧୪ ଜଣ ଶ୍ରମିକ ଗୁରୁତର ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଚିକିତ୍ସାଧୀନ ଅବସ୍ଥାରେ ଗୟା ଗୌଡ଼ଙ୍କ ଝିଅ ଲତିକା ଗୌଡ଼ ଓ ରୁନୁମା ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା।
ପୂର୍ଣ୍ଣମାସୀ ଗୌଡ଼, ପଦ୍ମା ଗୌଡ଼,ବନବାସୀ ଗୌଡ଼, ଗାୟତ୍ରୀ ଗୌଡ଼, ବିଳାସିନୀ ଗୌଡ଼, ଶାନ୍ତି ଗୌଡ଼, ବାସିନୀ ଗୌଡ଼, ଚନ୍ଦ୍ରକଳା ଗୌଡ଼, ବାସନ୍ତି ଗୌଡ଼, ମାମାଲି ଡାକୁଆ, ସଞ୍ଜୁ ଡାକୁଆ ଓ ଝରଣା ଡାକୁଆ ଧାନ କ୍ଷେତରେ କାମ କରୁଥିଲେ। ଏମାନେ ଗୁରୁତର ଆହତ ହୋଇଛନ୍ତି।