ନବରଙ୍ଗପୁର: ସାଙ୍ଗମାନଙ୍କ ସହିତ ଶୌଚ ହେବାକୁ ଯାଇଥିଲେ, କୂଅରେ ପଡ଼ି ମରିଗଲେ ୨ ବାଳକ

ନବରଙ୍ଗପୁର: ଶୌଚ ହେବାକୁ ଯାଇଥିବା ୨ ଜଣ ବାଳକଙ୍କ କୂଅରେ ପଡ଼ି ମୃତ୍ୟୁ ହୋଇଛି। ନବରଙ୍ଗପୁର ଥାନା ଅନ୍ତର୍ଗତ ବଡ଼କୁମୁଲି ଗାଁର ଲକ୍ଷ୍ମଣ ହରିଜନଙ୍କ ୯ ବର୍ଷର ପୁଅ ପ୍ରଭାତ ହରିଜନ ଓ ବୁନା ହରିଜନଙ୍କ ପୁଅ ଜୟନ୍ତ ହରିଜନ (୧୨)ଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ପ୍ରଭାତ ଓ ଜୟନ୍ତ ଆଜି ସନ୍ଧ୍ୟା ୫ଟାରେ ବିରାଜ ହରିଜନ(୭) ଓ ଅନନ୍ତ ହରିଜନ(୧୦)ଙ୍କ ସହିତ ଶୌଚ ହେବାକୁ ଚାଷଜମିର ପାଣି ଥିବା ସ୍ଥାନକୁ ଯାଇଥିଲେ। ସେମାନଙ୍କୁ ଜଣା ନ ଥିଲା ଯେ, ଚାଷ ଜମିରେ ଥିବା ଖାଳଟି ହେଉଛି ଏକ କୂଅ। ପ୍ରଥମେ ପ୍ରଭାତ ଓ ଅନନ୍ତ ପାଣି ଭିତରକୁ ପ୍ରବେଶ କରିବାରୁ ସେମାନେ ବୁଡ଼ି ଯାଇଥିଲେ।

ସାଙ୍ଗମାନେ ବୁଡ଼ିଯାଇଥିବାରୁ ବିରାଜ ଓ ଅନନ୍ତ ଦୌଡ଼ି ଦୌଡ଼ି ଆସି ଗାଁ ଲୋକଙ୍କୁ ସୂଚନା ଦେଇଥିଲେ। ପରେ ସରପଞ୍ଚ ଅଗ୍ନିସମ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇଁ ଅଗ୍ନିସମ ବିଭାଗ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଗାଁଲୋକେ ପ୍ରଭାତ ଓ ଜୟନ୍ତଙ୍କୁ ପାଣିରୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିଛି ସମୟ ପରେ ଡ. ଉଭୟ ପ୍ରଭାତ ଓ ଜୟନ୍ତଙ୍କୁ ଗାଁଲୋକେ ଘରକୁ ନେଇ ଯିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ।

ସୂଚନା ପାଇ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ଘଟଣା ସଂପର୍କରେ ଅବଗତ ହେବା ପାଇଁ ବଡ଼କୁମୁଲି ଗାଁକୁ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର