ସଡ଼କ ଦୁର୍ଘଟଣାରେ ୨ଆହତ

ଚନ୍ଦାହାଣ୍ଡିି: ଚନ୍ଦାହାଣ୍ଡି ବ୍ଲକରେ ପୃଥକ୍‌ ସଡ଼କ ଦୁର୍ଘଟଣା ଘଟି ୨ଜଣ ଆହତ ହୋଇଛନ୍ତି। ଉୟୟଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ସିନାପାଲି ବିଦ୍ୟାଳୟ ନିକଟରେ ଆଜି ଏକ ଟ୍ରାକ୍ଟର ଜଣେ ସାଇକଲ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସାଇକଲ ଚାଳକ ମୁଣ୍ଡୁ ମାଝୀ(୪୦)ଙ୍କ ଡାହାଣ ଗୋଡରେ ଆଘାତ ଲାଗିଥିଲା। ଖବର ପାଇ ଚନ୍ଦାହାଣ୍ଡି ଥାନା ଏସ୍‌ଆଇ ତରଣୀସେନ ନାୟକ ଘଟଣାସ୍ଥଳରେ ପହଞ୍ଚି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ସେହିପରି ରାଇଘର ବ୍ଲକର ଯୁକ୍ତ୩ ଛାତ୍ର ଜଗବନ୍ଧୁ ହାଲଦାର ପରୀକ୍ଷା ଦେବା ନିମନ୍ତେ ବାଇକ୍‌ ଯୋଗେ ଚନ୍ଦାହାଣ୍ଡି ସ୍ଥିତ ପାନାବେଡା ଡିଗ୍ରି ମହାବିଦ୍ୟାଳୟକୁ ଆସୁଥିଲେ। ତେବେ ଦରିଗୁଡା ଆମ୍ବ ବଗିଚା ନିକଟରେ ଭାରସାମ୍ୟ ହରାଇ ବାଇକ୍‌ରୁ ତଳେ ପଡିଯିବାରୁ ଜଗବନ୍ଧୁ ଅଚେତ ହୋଇପଡିଥିଲେ। ପରେ ସହପାଠୀ ମାନେ ତାଙ୍କୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ଡା. ବିଜୟଲକ୍ଷ୍ମୀ ପ୍ରଧାନ ପ୍ରାଥମିକ ଚିକିତ୍ସା କରିଥିବା ବେଳେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର