ବୋରିଗୁମ୍ମା: ବୋରିଗୁମ୍ମା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଡାଉ କରାଯାଇ ୨୧ଲିଟର ଦେଶୀ ମଦ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ବୋରିଗୁମ୍ମା ଅବକାରୀ ଉପନିରୀକ୍ଷକ ପବିତ୍ର ମୋହନ ମାଝୀଙ୍କ ନେତୃତ୍ୱରେ ଆଜି ବୋରିଗୁମ୍ମା ବ୍ଲକର ବିିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ବେଣାସୁର ପଞ୍ଚାୟତ ମୁଦୁଲିଗୁଡା ଗ୍ରାମରେ ଚଢାଉ ବେଳେ ଗ୍ରାମର ବୁଟି ଗୁରୁମାଇ ଓ ସୁନାଧର ଭୂମିଆଙ୍କ ଠାରୁ ୨୧ଲିଟର ଦେଶୀ ମଦ ଜବତ କରାଯିବା ସହ ଉଭୟଙ୍କୁ ଗିରଫ କରାଯାଇଥିଲା। ଏହି ଚଢାଉ ସମୟରେ ସହ ଉପନିରୀକ୍ଷକ ଆରୋପଲକ ଦାସ, କନେଷ୍ଟବଳ ଉମାକାନ୍ତ ଲମତା, ନରେନ୍ଦ୍ର ଭତ୍ରା, ପବିତ୍ର ମୋହନ ଚାଲାଣ, ତୁଷାରାଣୀ ଦଳପତି ପ୍ରମୁଖ ଉପସ୍ଥିିତ ଥିଲେ। କୋରାପୁଟ ଅବକାରୀ ବିଭାଗ ଅଧୀକ୍ଷକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦେଶ କ୍ରମେ ଏହି ଚଢାଉ ହୋଇଥିଲା।
ଅବକାରୀ ଚଢାଉ, ୨ଗିରଫ
/sambad/media/post_attachments/wp-content/uploads/2018/04/naba9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)