ଅବକାରୀ ଚଢ଼ାଉ, ୭ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ କୋଡିଙ୍ଗା, କୋଷାଗୁମୁଡା ଏବଂ ନବରଙ୍ଗପୁର ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିବା ସହ ୬୨ ଲିଟର ଦେଶୀ ମଦ ଜବତ କରଯାଇଛି। କୋଷାଗୁମୁଡା ଥାନା ଅନ୍ତର୍ଗତ ସିରାଗୁଡା ଗ୍ରାମର ଅର୍ଜୁନ ଭତ୍ରାଙ୍କ ଘରେ ଚଢ଼ାଉ କରାଯାଇ ୯ ଲିଟର ଦେଶୀ ମଦ, କୋଡିଙ୍ଗା ଥାନା ଅନ୍ତର୍ଗତ ମୁଦିନାୟକଗୁଡା ଗ୍ରାମର ଧନର୍ଜୟ ପରଜାଙ୍କ ଠାରୁ ୭ ଲିଟର, ଗାଦବାଗୁଡା ଗ୍ରାମର ଲଳିତା ଗୌଡଙ୍କ ଠାରୁ ୮ ଲିଟର ଦେଶୀ ମଦ, ବାଟିଗୁଡା ଗ୍ରାମର ବାଇଦି ବିଷୋୟୀ ଠାରୁ ୮ ଲିଟର, ନବରଙ୍ଗପୁର ଥାନା ଅନ୍ତର୍ଗତ ଗୁମାଗୁଡା ଗ୍ରାମର ଜଗବନ୍ଧୁ ଭତରାଙ୍କ ଠାରୁ ୫ ଲିଟର, ବୁଲି ନାୟକଙ୍କ ଠାରୁ ୫ ଲିଟର ଓ ଦନାଗୁଡା ଗ୍ରାମର ମାମା ଭତରାଙ୍କ ଠାରୁ ୨୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଅବକାରୀ ଅଧୀକ୍ଷକ ଡମ୍ବୁରୁଧର ଖଣ୍ଡଙ୍କ ନିେର୍ଦେଶକ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ବିପ୍ରଚରଣ ମଣ୍ଡଳ, ଏସ୍‌ଆଇ ବୃନ୍ଦାବନ ମଣ୍ଡଳ, ପ୍ରତ୍ୟୁଷ କଛପ, ମହେନ୍ଦ୍ର ଭତ୍ରା, ସଦାଶିବ ଭତ୍ରା, ରୀନା ବଡନାୟକ, ଉମେଶ ହରିଜନ, ରଂଜି ଜାନୀ, ସୁଧାଂଶୁ ବାଗ ପ୍ରମୁଖ ଚଢ଼ାଉରେ ଭାଗ ନେଇଥିଲେ। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ୭ଟି ମାମଲା ରୁଜୁ କରାଯାଇଥିବା ବେଳେ ଗିରଫ ପରେ ସମସ୍ତ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ସମ୍ବନ୍ଧିତ ଖବର