ପାପଡାହାଣ୍ଡି : ପାପଡ଼ାହାଣ୍ଡି ବ୍ଲକ ତୁମ୍ବର୍ଲା ମହୁଲି ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ମୋଟ ୯ ଜଣ ଆହତ ହୋଇ ପାପଡ଼ାହାଣ୍ଡି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ଦୀର୍ଘ ଦିନ ହେଲା ଗ୍ରାମବାସୀ ଗ୍ରାମର ଠାକୁରାଣୀ ଜମିକୁ ଚାଷ କରି ଆସୁଥିଲେ । କିଛି ବର୍ଷ ତଳେ ଠାକୁରାଣୀ ପୂଜାରୀ ପରିବାର ତଥା ଯାନୀ ସାହିର ଲୋକ ଏହାକୁ ବିରୋଧ କରିବା ପରେ ଘଟଣା କୋର୍ଟକୁ ଯାଇଥିଲା ଓ ଉକ୍ତ ଜମିରେ ୧୪୪ ଧାରା, ଜାରି ହୋଇଥିଲା । କିନ୍ତୁ ମନ୍ଦିର ପୂଜକଙ୍କ ବିରୋଧ ସତ୍ତ୍ବେ ଗ୍ରାମବାସୀ ଉକ୍ତ ଜମିକୁ ଏହି ବର୍ଷ ପୁଣି ଚାଷ କରିଥିଲେ । ତେବେ ଫସଲ ଅମଳ ହେବା ନେଇ ଆଜି ଗ୍ରାମବାସୀ ଧାନ କାଟିବା ସମୟରେ ପୂଜାରୀଙ୍କ ପରିବାର ଆସି ବିରୋଧ କରିଥିଲେ । ଯୁକ୍ତିତର୍କ ପରେ ଉଭୟ ପକ୍ଷ ମଧ୍ୟରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ଉଭୟପକ୍ଷ ପରସ୍ପରକୁ ପରସ୍ପରକୁ ଠେଙ୍ଗା, ଧନୁ ତୀର ଆଦି ମାଧ୍ୟମରେ ଆକ୍ରମଣ କରିଥିଲେ ।
ଏହି ହିଂସାକାଣ୍ଡରେ ଚାଷ କରୁଥିବା ଗ୍ରାମବାସୀ ପ୍ରତାପ ଭତରା, ପଦ୍ମନ ନାୟକ, ଲକି ଭତରା ଗୁରୁତ୍ୱର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଚାଷ କାମକୁ ବିରୋଧ କରୁଥିବା ପୂଜାରୀ ସାହିର ଦେବରାଜ ଯାନୀ, ମୋତାଇ ଯାନୀ, ଡାଇମତି ଯାନୀ, ଅସଡୁ ଯାନୀ, ପୁରୁଷୋତ୍ତମ ଯାନୀ, ପିତାମ୍ବର ଯାନୀ, ବଳଦେବ ଯାନୀ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଗ୍ରାମବାସୀଙ୍କ ତରଫରୁ ତୁମ୍ଭର୍ଲା ଥାନାରେ ଏତଲା ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/clash.jpg)