ଡାବୁଗାଁ: ଡାବୁଗାଁ ବ୍ଲକ ସଦର ମହକୁମା ହାଟପଦା ସାହିରେ ରହୁଥିବା ଭବାନୀ ପ୍ରସାଦ ପାଣିଗ୍ରାହୀଙ୍କ ଘର କାନ୍ଥ ଲଗାଣ ବର୍ଷା ଯୋଗୁଁ ଭୁଶୁଡି ଯାଇଥିବା ବେଳେ ପରିବାର ଲୋକ ଅଳ୍ପକେ ବର୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଭବାନୀଙ୍କ ସମେତ ପତ୍ନୀ ଓ ଝିଅ ନିଜ ଘରେ ଶୋଇଥିଲେ। ତେବେ ଲଗାଣ ବର୍ଷା ଯୋଗୁଁ ହଠାତ୍ ଘର କାନ୍ଥ ଭୁଶୁଡି ପଡିଥିଲା। ମଝି ଘରେ ସମସ୍ତେ ଶୋଇଥିବାରୁ ଅଳ୍ପକେ ବର୍ତି ଯାଇଥିଲେ। ଭବାନୀ ପୂଜାପାଠ କରି ପରିବାର ଚଳାଉଥିବା ବେଳେ ପତ୍ନୀ ସୁଜାତା ସିଲେଇ କାମ କରି ସହଯୋଗ କରିଥାନ୍ତି। ଭବାନୀଙ୍କ ଘର ଚାରିପଟ ଓଦା ହେବା ସହ ଫାଟି ଯାଇଛି। କୌଣସି ସମୟରେ ଏହି ଘର ଭୁଶୁଡି ପଡିବା ନେଇ ଆଶଙ୍କା ଦେଖାଦେଇଛି। ତେଣୁ ଆବାସ ଯୋଜନାରେ ଭବାନୀଙ୍କୁ ଘର ଯୋଗାଇ ଦେବା ନିମନ୍ତେ ଶୀଘ୍ର ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ, ଅଳ୍ପକେ ବର୍ତିଲେ ପରିବାର
/sambad/media/post_attachments/wp-content/uploads/2018/08/naba-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)