ଜଳ ବିଭାଜିକା ଠିକା କର୍ମଚାରୀଙ୍କ ଆନ୍ଦୋଳନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଜଳ ବିଭାଜିକାରେ କାର୍ଯ୍ୟରତ ଠିକା କର୍ମଚାରୀ ଦୀର୍ଘ ଦିନ ଧରି ସ୍ୱଳ୍ପ ବେତନରେ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ବହୁ ସମୟରେ ଦରମା ବୃଦ୍ଧି ପାଇଁ ଦାବି କରି ନିରାଶ ହେବା ପରେ ରାଜ୍ୟ ସଂଘ ପକ୍ଷରୁ ଦିଆଯାଇଥିବା ଡାକରା ଅନୁଯାୟୀ ଆଜିଠାରୁ ୭ଦଫା ଦାବି ନେଇ କର୍ମଚାରୀମାନେ ଆନ୍ଦୋଳନକୁ ଓଲ୍ଲାଇଛନ୍ତି। ଠିକା କର୍ମଚାରୀଙ୍କ ଦାବି ହେଲା ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଏବଂ ବିଭାଗ ଦ୍ୱାରା ପରିଚାଳିତ ଅନ୍ୟ ଯୋଜନା ଗୁଡିକରେ ଠିକା କର୍ମଚାରୀଙ୍କୁ ଥଇଥାନ, ଖାଲିଥିବା ମୃତ୍ତିକା ସଂରକ୍ଷଣ ପ୍ରସାରଣ କର୍ମୀ ପଦବିରେ ନିଯୁକ୍ତି ପ୍ରଦାନ, ସରକାରୀ କର୍ମଚାରୀଙ୍କ ପାଇଁ ରହିଥିବା ସମସ୍ତ ସୁବିଧା ସୁଯୋଗ ପ୍ରଦାନ, ଜଳ ବିଭାଜିକାରେ ଯେଉଁ ଦାୟିତ୍ୱ ନିର୍ବାହ କରୁଛନ୍ତି କୃଷି ସିଞ୍ଚନ ଯୋଜନାରେ ସେହି କ୍ଷମତା ପ୍ରଦାନ, ନବରଙ୍ଗପୁର ଜିଲ୍ଲାରେ ଛଟେଇ ହୋଇଥିବା ଡବ୍ଳୁଏମ୍‌ଟି ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା। ସଂଘର ସଭାପତି ସପଥ କୁମାର ନାୟକ, ସୁବ୍ରତ ବେହେରା, ସମ୍ପାଦକ ରବିନ୍ଦ୍ର ସୁନା, ପ୍ରତିଶ ପରିଡା, ମୋହିତ ରାଜା ନାୟକ ପ୍ରମୁଖ ୭ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି। ଏନେଇ ଏକ ଦାବି ପତ୍ର ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦେଶକଙ୍କୁ ପ୍ରଦାନ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର