ନବରଙ୍ଗପୁର: ଇନ୍ଦ୍ରାବତୀ ଜଳଭଣ୍ଡାରର ସମ୍ପୁର୍ଣ୍ଣ ଜଳଭଣ୍ଡାରର କ୍ଷମତା ୬୪୨ମିଟର। ବିପଦସଂକୁଳ ଠାରୁ ୧.୧୬ମିଟର କମ୍ ୬୪୦.୮୪୦ମିଟରରେ ପାଣି ପହଚିଂଛି। ତେବେ ଉପରମୁଣ୍ଡ କିମ୍ବା ଜଳଭଣ୍ଡାରରେ ସେହିପରି ବର୍ଷା ହୋଇ ନଥିବାରୁ ଗେଟ୍ ଖୋଲଯିବା ସ୍ଥିତି ଆଉ ନାହିଁ ବୋଲି କହିଛନ୍ତି ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଅତିରିକ୍ତ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ନେଲସନ୍ ତାଡିଙ୍ଗି।
ଗତ ବର୍ଷ ଆଜିର ଦିନ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ୬୩୭.୦୫୦ ମିଟର ଜଳ ଗଛିତ ରହିଥିଲା। ଗତ କିଛି ମାସ ମଧ୍ୟରେ ବାରମ୍ବାର ଲଘୁଚାପ ବର୍ଷାର ପ୍ରଭାବରେ ୩.୭୯ମିଟରର ଜଳସ୍ତର ବଢ଼ିଛି। ଆଜି ସକାଳୁ ଜଳଭଣ୍ଡାରରେ ୬୪୦.୮୪୦ମିଟର ପାଣି ଜମା ରହିଛି। ଏବେ ଜଳ ଭଣ୍ଡାର ମଧ୍ୟରେ ୧୩୨୬୭୨ ହେକ୍ଟ ମିଟର ୮୯.୩୧ ପ୍ରତିଶତ ଜଳ ଗଛିତ ରହିଛି।
ଗତବର୍ଷ ସ୍ୱଳ୍ପ ବୃଷ୍ଟପାତ ଯୋଗୁଁ ଏସିଆ ମହାଦେଶର ଦ୍ଵିତୀୟ ସର୍ବ ବୃହତମ ନଦୀବନ୍ଧ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ କମ୍ ପରିମାଣରେ ଜଳ ଗଛିତ ହୋଇଥିଲା। ଫଳରେ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏହାର ପ୍ରଭାବ ପଡିଥିଲା। ତେବେ ଗତ ୩ମାସରେ ବୃଷ୍ଟିପାତ ବଢ଼ିବା ସହ ଉପରମୁଣ୍ଡ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡା, ରାୟଗଡ଼ା ଜିଲ୍ଲାର କାଶୀପୁର, ଟିକିରୀ, କୋରାପୁଟଜିଲ୍ଲାର ଦଶମନ୍ତପୁର,ବୋରିଗୁମ୍ମା ବ୍ଲକର କାଠରଗୁଡା ଆଦି ଅଂଚଳରେ ବର୍ଷା ହେବା ଫଳରେ ଜଳଭଣ୍ଡାରର ସ୍ଥିତି ସୁଧିରିଛି।
ମୂଖିଗୁଡାସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଥିବା ୧୫୦ କ୍ଷମତା ସମ୍ପନ୍ନ ବିଶିଷ୍ଟ ଚାରୋଟି ଟରବାଇନ୍ କାର୍ଯ୍ୟକାରୀ ହୋଇ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଛି। ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ରେ ୪୨୧.୧୪୩ କ୍ୟୁମେକ୍ସ ଜଳ ପ୍ରବେଶ କରୁଛି। ମୂଖିଗୁଡା ସ୍ଥିତ ପାୱାରହାଉସରୁ ବିଦ୍ୟୁତ ଉତ୍ପାଦନ ୧୩୯୨୫ମେଘାୱାଟ୍(ଏମଡବ୍ଲୁ)ହାରାହାରି ଘଣ୍ଟା ପ୍ରତି ୫୮୦.୨୦୮ଏମଡବ୍ଲୁ/ଏଚଏଆର ଉତ୍ପାଦନ ହେଉଛି। ଜଳଭଣ୍ଡାରରୁ ୨୦୨.୨୫୬କ୍ୟୁମେକ୍ସ ପାଣି ବାହାରୁଛି। ଏଥିରୁ ୧୯୩.୪୦୨କ୍ୟୁମେକ୍ସ ଉଦବୃତ୍ତ ଜଳ ହାତୀ ବ୍ୟରେଜରେ ଗଛିତ ହେବାପରେ ତେଲନଦୀ ଏବଂ ଏହାପରେ ମହାନଦୀରେ ମିଶୁଛି।
ଇନ୍ଦ୍ରାବତୀ ସ୍ଲୁଇସ ଗେଟ ଦେଇ ପ୍ରତି ସେକେଣ୍ଡ ରେ ୫.୧୫ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଥିବା ବେଳେ ୩.୭୦୪ କ୍ୟୁମେକ୍ସ ପାଣି ଉଡି ଯାଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଗତ କିଛି ଦିନ ହେବ ବିଦ୍ୟୁତ ଉତ୍ପାଦନ ପୁରା ଦମରେ ୪ଟି ଟରବାଇନରେ କରାଯାଉଛି। ବିଦ୍ୟୁତ ଉତ୍ପାଦନ ବୃଦ୍ଧି ପାଇଛି। ୨୭.୨୦ମିମି ବର୍ଷା ଜଳଭଣ୍ଡାରରେ ହେବା ସହ ଉପରମୁଣ୍ଡରେ ବର୍ଷା କମିଥିବାରୁ ଆଉ ଗେଟ୍ ଖୋଲାଯିବ ନାହିଁ ବୋଲି କହିଛନ୍ତି ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଅତିରିକ୍ତ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ନେଲସନ୍ ତାଡିଙ୍ଗି।
Nabarangpur